ସୁପ୍ରିତମ୍ କଳାକେନ୍ଦ୍ରର ଯୁବଗୋଷ୍ଠୀଙ୍କ ଦ୍ୱାରା ପରିବେଶ ସଚେନତା କାର୍ଯ୍ୟକ୍ରମ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଳକର ସୁବର୍ଣ୍ଣରେଖା ନଦୀତୀର ଦକ୍ଷିଣ ପ୍ରହରାଜପୁର ଠାରେ ରହିଛି ବଣଭୋଜି ସ୍ଥାନ । ଓଡିଶା ଓ ପଶ୍ଚିମବଙ୍ଗର ବହୁ ଦଳ ସେଠାକୁ ବଡଦିନ, ଇଂରାଜୀ ନବବର୍ଷ, ମକର ସଂକ୍ରାନ୍ତି ଓ ଓଡିଆ ନବବର୍ଷ ପାଳନ ଲାଗି ଭିଡ ଜମେ । ବହୁ ଗୋଷ୍ଠୀ ବିଭିନ୍ନ ସ୍ଥାନରୁ ଆସି ବଣଭୋଜି ସାରି ଫେରିଗଲା ପରେ ସ୍ଥାନଟି ପରିବେଶ ପ୍ରଦୋଷିତ ହୋଇଥାଏ । ବିଭିନ୍ନ ସ୍ଥାନରେ ପ୍ଲାଷ୍ଟିକ ସାମଗ୍ରୀ, କାଚ ବୋତଲ, ଷଢା ଖାଦ୍ୟ ପଡିରହିବା ଫଳରେ ଗାଈଗୋରୁ ଖାଇବା ବିଭିନ୍ନ ରୋଗରେ ଆକ୍ରାନ୍ତ ସହିତ ପରିବେଶ ପ୍ରଦୋଷଣ ହୋଇଥାଏ । ଚଳିତବର୍ଷ ମଧ୍ୟ ଏପରି ପରିବେଶ ପ୍ରଦୋଷଣରୁ ମୁକ୍ତ ରଖିବାଲାଗି ସଂଗଠନର ଯୁବଗୋଷ୍ଠ ପକ୍ଷରୁ ପ୍ରତ୍ୟେକ ବଣଭୋଜି କରୁଥିବା ଦଳ ନିକଟକୁ ଯାଇ ସଚେତନ କରାଇବା ସହିତ ଏ ସବୁକୁ ନେଇ ନିର୍ଦ୍ଦଷ୍ଟ ସ୍ଥାନରେ ପୋତିଥିଲେ । ଏହି କାର୍ଯ୍ୟକ୍ରମରେ ପରିଷଦର ସଭାପତି ସମୀର ବେହେରା, ମହେଶ୍ୱର ଘୋଷ, ଜୟନ୍ତ ଦେ, ପ୍ରମୋଧ ବାରିକ, ନିତ୍ୟାନନ୍ଦ ବାରିକ, ନିମାଇଁ ବାରିକ, ଶିଶିର ପ୍ରଧାନ, ଗୋପ ସାମଲ, ନିରଞ୍ଜନ ମାନ୍ନା, ବନ୍ଦନ ବେହେରା, ଆତ୍ମାରାମ ଦାସ, ଲକ୍ଷ୍ମୀକାନ୍ତ ରାଉତ, ତପନ ପ୍ରମାଣିକ, ସୁବାସ ପାତ୍ର, ସୂର୍ଯ୍ୟକାନ୍ତ ସାମଲ ପ୍ରମୁଖ ସାମିଲ ଥିଲେ ।

ରିପୋର୍ଟ : ଭୂପତି ପରିଡା