ସୁନା ଚୋରୀ ଲୁଟେରା ଗ୍ୟାଙ୍ଗ ଠାବ: ୬ଗିରଫ

ଛତ୍ରପୁର(ସମୃଦ୍ଧ ଓଡିଶା) ସୁନାଚୋରୀଙ୍କୁ ଧରିବାରେ ଗଞ୍ଜାମ ପୋଲିସର ବଡ଼ ସଫଳତା । ଗଞ୍ଜାମ ପୋଲିସ ଜିଲ୍ଲାର ପାଟପୁର, ଶେରଗଡ଼,ବରଗଡ଼,ଛତ୍ରପୁର,ରମ୍ଭା, ଭଞ୍ଜନଗର, ବେଲଗୁଣ୍ଠା ଆଦି ୭ଟି ଥାନା ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ର ଧରପଗଡ଼ ଅଭିଯାନ କରି ୬ଜଣ ଅଭିଯୁକ୍ତଙ୍କୁ ଧରି ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି । ମିଳିଥିବା ସୁନା ଗହଣା ଅଭିଯୋଗକାରୀଙ୍କୁ ଡକାଇ ହଜିଥିବା ପ୍ରକୃତ ଲୋକଙ୍କୁ ସୁନା ଗହଣା ପୋଲିସ ଫେରସ୍ତ କରିଛି । ପ୍ରକାଶ ଯୋଗ୍ୟ ଯେ’ ଶେରଗଡ଼ ଥାନା ଅଧୀନସ୍ଥ ଧବଳପୁର ଗ୍ରାମର ହରି ଡାକୁଆ (୨୩) କୁରେଶ ଡାକୁଆ (୪୭),ଏରଗୁଲା ବସ୍ତିର ଟି. ଟୁନା (୨୫), ପାଟପୁର ଥାନା ଅଧୀନସ୍ଥ ଜୟନଗରର ଏସ୍.ସାହେବ (୫୫),ଏସ୍.ବିକ୍ରମ (୨୧), ଶେରଗଡ଼ ଥାନା ଅଧୀନସ୍ଥ ସୋଲାସୋଲ ଗ୍ରାମର ବି.ରମେଶ ପାତ୍ର (୬୦) ପ୍ରମୁଖ ଅଭିଯୁକ୍ତଙ୍କୁ ଧରି ସେମାନଙ୍କ ଠାରୁ ୧୮୦ ଗ୍ରାମ ସୁନା ଅଳଙ୍କାର,୧୦୩.୧୪୦ ଗ୍ରାମର ରୂପା,ବ୍ୟବହାରିକ ରୂପା ଦ୍ରବ୍ୟ ଆଦି ଜବତ ହୋଇଛି । ସୁନା ଅଳଙ୍କାର ସହ ଘରୋଇ ବ୍ୟବହାରିକ ରୂପା, କଳାରଙ୍ଗର ଗୋଟିଏ ଅଟୋ ଯାନ, ସ୍ମାର୍ଟ ମୋବାଇଲ ଆଦି ଜବତ ହୋଇଛି ବୋଲି ଗଞ୍ଜାମ ଏସପିଙ୍କ କାର୍ଯ୍ୟାଳୟରୁ ପ୍ରକାଶ । ଅଭିଯୁକ୍ତ ଛ ଜଣଙ୍କୁ ପୋଲିସ ଗିରଫ କରି ଜେଲ୍ କୁ ପଠାଇଦିଆଯାଇଛି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା