ସାଧନାର ସ୍ୱରୂପ ପକ୍ଷରୁ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ଜୟନ୍ତୀ ଉତ୍ସବ ପାଳନ…

ଯାଜପୁର (ସମୃଦ୍ଧ ଓଡିଶା) ସତ୍ୟପ୍ରତି ସମର୍ପିତ ଖବରକାଗଜ ସାଧନାର ସ୍ୱରୂପ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ଜୟନ୍ତୀ ଉତ୍ସବ, ଚଢେଇଧରା ସ୍ଥିତ ଶ୍ରୀ ଗୁରୁ ଆଶ୍ରମରେ ବ୍ରହ୍ମଚାରୀ ଜ୍ଞାନାନନ୍ଦସରସ୍ୱତୀଙ୍କ ପ୍ରତେକ୍ଷ ତତ୍ୱାବଧାନରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆଶ୍ରମ ପରିସରରେ ଥିବା ଆଦୀଗୁରଙ୍କ ପ୍ରତିମୂର୍ତ୍ତିଙ୍କୁ ପୂଜା ପୂଜା ଅର୍ଚ୍ଚନା କରାଯିବା ସହ ନିଆରା ଢଙ୍ଗରେ ଆରତୀ ପ୍ରଦାନ କରାଯାଇଥିଲା । ପରେ ପରେ ଏହି ଜୟନ୍ତୀ ଉତ୍ସବ ସଭାରେରେ ସାଧନାର ସ୍ୱରୂପର ସମ୍ପାଦକ ଦେଵବ୍ରତ ଦେଵତା ସଭାପତିତ୍ୱ କରିଥିବା ବେଳେ ଓଡିଶା ଚାରଣ ଗୋଷ୍ଠିର ଅଧକ୍ଷ ଉଦୟ ନାଥ ସାହୁ ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି ଭାବେ ସମାଜସେବୀ ଚିନ୍ତାମଣି ରାଉତ, ସଚେତନ ନାଗରିକ ମଞ୍ଚର ଆବାହକ ସରୋଜ ବେହେରା ଯୋଗଦେଇ ଆଦୀଗୁରୁଙ୍କ ଇତିହାସ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ରଗଡି ପଶି ମହିଳା ସଂକୀର୍ତ୍ତନ ମଣ୍ଡଳୀ ସହ ବିଭିନ୍ନ ଗ୍ରାମରୁ ଆସିଥିବା କୀର୍ତ୍ତନ ମଣ୍ଡଳୀଙ୍କ ଦ୍ୱାରା ଚିତାକର୍ଷକ କୀର୍ତ୍ତନ ସହ ଏକ କର୍ମଶାଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମରେ ବାବାଜୀ ବାମନ ଦାସ, ପଣ୍ଡିତ ସତ୍ୟାନନ୍ଦ ମିଶ୍ର, କୀର୍ତ୍ତନ ପଣ୍ଡା, ମହେଶ୍ୱର ପଣ୍ଡା, ବରିଷ୍ଠ ସଙ୍ଗୀତଜ୍ଞ ପୀତବାସ ସାହୁ, ଧନେଶ୍ୱର ସାହୁ, କାର୍ତ୍ତିକ ଚନ୍ଦ୍ର ବେହେରା, ସନ୍ତୋଷ ରାଉତ, ଗନ୍ଧର୍ଵ ପରିଡା, କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ସହ ସହ ଶୈବଭକ୍ତ ଉପସ୍ଥିତ ରହି ବିଭୁକୃପା ଲାଭ କରିଥିଲେ । ବିଶ୍ୱଜିତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।