ସଚେତନ, ଅସଚେତନ ଓ ଅବଚେତନ ଜ୍ଞାନ…

ସାଧାରଣରେ ଚର୍ଚ୍ଚିତ ଜ୍ଞାନର ପରିଭାଷା ଓ ବାସ୍ତବ ଜ୍ଞାନର
ବ୍ୟାପକତା ମଧ୍ୟରେ ଅନ୍ତର ବୁଝିବା ଏକ ଅସାଧାରଣ ବ୍ୟାପାର !
ସାଧାରଣ ଲୋକେ ଜ୍ଞାନକୁ ଏତେ ସଂକୁଚିତ କରି ବୋଧ
କରିଥା’ନ୍ତି, ସତେ ଯେପରି ତାହା ଏକ ଦୁର୍ମୁଲ୍ୟ ପଦାର୍ଥ !
ହେଲେ ଜ୍ଞାନର ରୁପରଖ ଓ ବାସ୍ତବତାର ପରିସୀମା କେତେ…?!!

ଚେତନା ବିହୀନ ମସ୍ତିଷ୍କ ଯୁକ୍ତ ଜୀବକୁ ପଶୁ ବୋଲି କୁହାଯାଇ ଥାଏ । ଚେତନା ଜ୍ଞାନ ହେତୁ ମଣିଷର ସ୍ଥାନ ଏକ ଭିନ୍ନ ସ୍ତରରେ ରହିଛି ପୃଥିବୀ ପୃଷ୍ଠରେ । ଚେତନା ଜ୍ଞାନର ପରିଭାଷା ଅସୀମ, ଅନନ୍ତ । ଜ୍ଞାନର ନିର୍ଣ୍ଣାୟକ କ୍ଷମତା ଜ୍ଞାନୀ ପାଖରେ ମଧ୍ୟ ନଥାଏ । ଜ୍ଞାନକୁ ସହଜରେ ଅନ୍ଦାଜ କରିବା କ୍ଷମତା କାହାର ନାହିଁ । ଜ୍ଞାନର ବ୍ୟାପ୍ତ ପରିସର ମଧ୍ୟରୁ କାହା ପାଖରେ କେଉଁ ଆକାରରେ କିହିଁକି କେଉଁ ପରିମାଣର ଜ୍ଞାନର ଉତ୍ପତ୍ତି ହୋଇଥାଏ ବୁଝିବା କଷ୍ଟ ! ଏହା ଏକ ପ୍ରକୃତିଦତ୍ତ ଜନ୍ମଗତ ଗୁଣ ମାତ୍ର ! ପାରିପଶ୍ୱର୍ିକ ଶୈଖିକତା କିଂଚିତ ପ୍ରଭାବିତ କରୁଥିଲେ ମଧ୍ୟ ପ୍ରକୃତ ଜ୍ଞାନ କେବଳ ଜନ୍ମଗତ । ଶେଖି÷କ ଜ୍ଞାନକୁ ଶିକ୍ଷା ମଧ୍ୟରେ ସୀମିତ ରଖାଯାଇ ପାରେ । ଶିକ୍ଷିତଙ୍କୁ ଜ୍ଞାନୀ ବୋଲି କହିବା ବାହୁଲ୍ୟ ମାତ୍ର ଯାହା କେବଳ ଏକ ସାମାଜିକ ବିଚାର ଜନିତ ହୋଇ ପାରେ, କିନ୍ତୁ ବାସ୍ତବ, ପ୍ରାକୃତିକ ନୁହେଁ ! ଆଜିର ଅଜ୍ଞାନ ସମାଜରେ କାହାଦ୍ୱାରା ପ୍ରକାଶିତ ଲିଖିତ ବିଷୟକୁ ମସ୍ତିଷ୍କରେ କବଳିତ କରି ନିଜକୁ ଜ୍ଞାନୀ ବୋଲି ସ୍ୱୟଂ ବିବେଚନା କରୁଥିବା ମଣିଷଙ୍କ ସ୍ଥିତି ଏକ ଭିନ୍ନ ସ୍ତରରେ ଦେଖିବାକୁ ମିଳେ ! ଉପଯୁକ୍ତ ଜ୍ଞାନ ରହିତ ମଣିଷଙ୍କ ଦାର୍ଶନିକ ପରିଭାଷାକୁ ବୋଧଗମ୍ୟ କରିବାରେ ଅସମର୍ଥ ସାଧାରଣ ମଣିଷଙ୍କ ଦ୍ୱାରା ସେମାନଙ୍କୁ ଦିଆଯାଉଥିବା ମାନ୍ୟତା ଏକ ସାମାଜିକ କୁହେଳିକା ମାତ୍ର । କି’ନ୍ତୁ ପ୍ରାକୃତିକ, ବାସ୍ତବ ଜ୍ଞାନୀଙ୍କ ସ୍ଥିତି ସମୀକ୍ଷା କରିବା ଅତ୍ୟନ୍ତ ଜଟିଳ । ଶିକ୍ଷାରେ ଜ୍ଞାନ ଆହରଣ କରିବା ଏକ କଳା । ଜ୍ଞାନ କି’ନ୍ତୁ ଶିକ୍ଷାରୁ ଅତ୍ୟନ୍ତ କିଞ୍ଚିତ ମାତ୍ରାରେ ଉପଲବ୍ଧ ହେଉଥିବା ବେଳେ ମାନସ ମନ୍ଥନ ତଥା ପ୍ରାକୃତିକ ଜ୍ଞାନର ପ୍ରଭାବ ଭିନ୍ନ ହୋଇଥାଏ । ତେଣୁ ଜ୍ଞାନକୁ ବିବେଚନା କରି ତା’ର ମୂଲ୍ୟାୟନ କରିବା ସାଧାରଣ କଥା ନୁହେଁ ! ହେଲେ ମଣିଷ ମସ୍ତିଷ୍କରେ ଉତ୍ପନ୍ନ ଜ୍ଞାନ ବିଭିନ୍ନ ସ୍ତରରେ ଦେଖିବାକୁ ମିଳେ । ଜ୍ଞାନକୁ ତ୍ରିସ୍ତରୀୟ ବିଭକ୍ତି କରାଯାଇ ସଚେତନ, ଅସଚେତନ ଓ ଅବଚେତନ ଜ୍ଞାନର ବିଶ୍ଳେଷଣ କରି ଦେଖିଲେ ଜାଣି ହେବଯେ ଜ୍ଞାନର ମାତ୍ରା କାହାରି ଉପରେ ନିର୍ଭର କରି ମଣିଷ କେଉଁ ପ୍ରକାର ଚାରିତ୍ରିକ ପ୍ରବାହ କରିଥାଏ…… ଅସଚେତନ ଜ୍ଞାନ ମଣିଷର ନିଜସ୍ୱ ବିଶ୍ଲେଷିତ ଭାବଧାରା ରହିତ ପାରିପାର୍ଶ୍ଵିକ ପ୍ରଭାବରୁ ଉତ୍ପନ୍ନ, ପ୍ରଭାବିତ ଅବସ୍ଥାରୁ ଜାଗ୍ରତ ହୋଇଥାଏ । ସଚେତନ ଜ୍ଞାନ ଜଣେ ମଣିଷର ନିଜସ୍ୱ ଭାବଧାରା ତଥା ଦୃଷ୍ଟିକୋଣ ଜନିତ ହୋଇଥାଏ । ଅବଚେତନ ଜ୍ଞାନ ଏକ ଜଟିଳ ଜ୍ଞାନ ଯାହା ମଣିଷର ମସ୍ତିଷ୍କ ମଧ୍ୟରେ ନିଜସ୍ୱ ନିୟନ୍ତ୍ରଣ ବହିର୍ଭୁତ ଅବସ୍ଥାରେ ରହିଥାଏ ଯାହା ମଣିଷକୁ ଅଲୌକିକ ବିଚାର ସୃଷ୍ଟି କରିବାରେ ସହଯୋଗ କରୁଥିବା ବେଳେ କର୍ତ୍ତବ୍ୟ, ଅକର୍ତ୍ତବ୍ୟ ଗୁଡିକୁ ବିଶ୍ଳେଷଣ କରିବାରେ ସକ୍ଷମ କରିଥାଏ । ଅର୍ଥାତ ଏହି ତିନି ପ୍ରକାର ଜ୍ଞାନ ଉପରେ ଆଧାର କରି ବିଭିନ୍ନ ମଣିଷ ମାନଙ୍କର ସାମାଜିକ ସ୍ଥିତି ଦେଖିବାକୁ ମିଳେ ସମାଜରେ । ସେଗୁଡିକୁ ବିଶ୍ଳେଷଣ କରି ବିଭିନ୍ନ ମତବାଦ ତଥା ସାମାଜିକ ଜ୍ଞାନ ପରିବେଷଣ କରାଯାଇ ଅଛି ଯାହା ପିଢ଼ିକୁ ପିଢ଼ି ନୂତନତ୍ୱର ଆଶା ସଂଚାର କରିବା ଦିଗରେ ସହାୟକ ହୋଇଥାଏ । ମଣିଷର ଜ୍ଞାନ ଜନିତ ଭାବଧାରା ଗୁଡିକୁ ସାମାଜିକ ମାନ୍ୟତା ଦେଇ ପ୍ରଚାର ପ୍ରସାର କରାଯିବାରେ ନୂତନ ପିଢିଙ୍କୁ ପ୍ରେରଣା ମିଳୁଥିବା ବିଷୟ ସମସ୍ତେ ବୁଝୁଥିବେ । କି’ନ୍ତୁ ଅନେକ ସମୟରେ ସେଗୁଡିକର ବିପରୀତ ବିଚାର ତଥା କର୍ତବ୍ୟନିଷ୍ଠତା ମଧ୍ୟ ମଣିଷକୁ ଭୀଷଣ ପ୍ରକୋପଦାୟୀ କରିଥାଏ ଯାହା କେତେକ ଅମାନୁଷିକ ବ୍ୟକ୍ତିଙ୍କ ଦ୍ୱାରା ବିପରୀତରେ ପରିଚାଳିତ । ଜ୍ଞାନର ପରିଭାଷା କେବଳ ଶିକ୍ଷାଗତ ଯୋଗ୍ୟତା ଉପରେ ଆଧାରିତ ଗ୍ରହଣୀୟତା ଦେଖିବାକୁ ମିଳୁଛି ଆଜିର ସମାଜରେ, କାରଣ ଜ୍ଞାନର ପ୍ରାକୃତିକ ଅନୁଶୀଳନ କରିବା ତଥା ଜ୍ଞାନର ସଜ୍ଞା କ’ଣ କାହାକୁ ବୁଝୁନାହିଁ । ସାଧାରଣ ଲୋକେ କେବଳ ଉଚ୍ଚ ଶିକ୍ଷିତଙ୍କୁ ଜ୍ଞାନୀ ବୋଲି କହିବା ଏକ ସମୟ ସାପେକ୍ଷ ପରିପାର୍ଶ୍ଵିକ ଶୈଖିକ ଭାବଧାରା ମାତ୍ର । ପ୍ରକୃତ ଜ୍ଞାନ କି’ନ୍ତୁ ଶିକ୍ଷା ଅପେକ୍ଷା ପ୍ରାକୃତିକ ଅବଦାନ ବୋଲି ବିଚାର ଶୂନ୍ୟ ମଣିଷ ପ୍ରାୟତଃ ସମସ୍ତେ । ଶିକ୍ଷାରୁ ଯଦି ଜ୍ଞାନ ଉତ୍ପନ୍ନ ହେବା ନିଶ୍ଚିତ ସମ୍ଭାବନା ରହିଥା’ନ୍ତା ତାହେଲେ ଆଜି ସମୟରେ ଜ୍ଞାନୀଙ୍କ ସଂଖ୍ୟା ବହୁତ ବେଶୀ ହୋଇଥା’ନ୍ତା ତୁଳନାତ୍ମକ ଆମ ପୂର୍ବ ପୁରୁଷ । କି’ନ୍ତୁ ଆଜି ସମୟରେ ଜ୍ଞାନୀ ଦେଖିବାକୁ ବିରଳ କେମିତି ଏବଂ ଶିକ୍ଷିତ ନିଶ୍ଚିତ ଜ୍ଞାନୀ ନୁହେଁ କେମିତି ବିଚାର କରି ଦେଖିଲେ ଜାଣିହେବ….. ଆମ ପୂର୍ବଜ ଦାର୍ଶନିକ ହୁଅନ୍ତୁ କିମ୍ବା ଅନ୍ୟ କୌଣସି କ୍ଷେତ୍ରରେ ନିପୁଣ ବ୍ୟକ୍ତିତ୍ୱ, ଯାହାଙ୍କ ଶିକ୍ଷାଗତ ଯୋଗ୍ୟତା, ପ୍ରମାଣ ପତ୍ର କିଛି ନଥିଲା କିମ୍ବା ସେମାନେ କୌଣସି ବିଶ୍ୱବିଦ୍ୟାଳୟରୁ କେଉଁ ବିଷୟରେ ବିଶାରଦ ପଦ ପାଇନଥିଲେ । କି’ନ୍ତୁ ସେମାନେ ଯେଉଁ ସବୁ ବିଷୟ ଉପରେ ବିଭିନ୍ନ ମତବାଦ ଦେଇ ଯାଇଛନ୍ତି, ସେଗୁଡିକୁ ବୁଝି ତାହାର ଉପଯୁକ୍ତ ମର୍ମ ନିରୂପଣ କରିବା ମଣିଷଙ୍କ ସଂଖ୍ୟା ଅତ୍ୟନ୍ତ ବିରଳ ଦେଖିବାକୁ ମିଳୁଛି ଆଜି ସମୟରେ । ଉଦାହରଣ ସ୍ୱରୂପ ବିଭିନ୍ନ କବି, ଲେଖକ, ଦାର୍ଶନିକଙ୍କ ମତବାଦ ହେଉ କି ସାମାଜିକ ମାନବିକ ଚେତନା ଜ୍ଞାନ ଅଥବା ଯୋଗ, ଶରୀର ଶାସ୍ତ୍ର ଉପରେ ପୂର୍ବରୁ ଲିଖିତ ବିଭିନ୍ନ ବିଷୟ ଗୁଡିକ ଉପରେ କେବଳ ଗବେଷଣା କରି ସେଗୁଡିକୁ ମୁଖସ୍ତ କରି ବ୍ୟବହାର କରିବା ଛଡା ବର୍ତ୍ତମାନ ଅଧିକ ଗବେଷଣାତ୍ମକ ତଥ୍ୟ ବାହାର କରିବା କିମ୍ବା ନୂତନ ତଥ୍ୟ ପ୍ରଦାନ କରିବା କ୍ଷମତାସୀନ ମଣିଷଙ୍କ ସଂଖ୍ୟା ଶୂନ୍ୟ । ଅଧିକନ୍ତୁ ସେଗୁଡିକୁ କେବଳ ବୁଝି ତାହାର ପ୍ରକୃତ ମର୍ମ ହୃଦୟଙ୍ଗମ କରିବା ପାଇଁ ଆଲୋଚନା, ଗବେଷଣା କରି ସେଗୁଡିକର ପ୍ରକୃତ ଭାବାର୍ଥ ବୁଝିବା କ୍ଷମତା ରଖିଥିବା ଶିକ୍ଷିତଙ୍କ ସଂଖ୍ୟା ମଧ୍ୟ ଅତ୍ୟନ୍ତ ନଗଣ୍ୟ ଦେଖିବାକୁ ମିଳୁଛି ଆଜି ସମୟରେ । ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ କରି ନିଜକୁ ଜ୍ଞାନୀର ପରିଚୟ ଦେବା ଏକ ମାନସିକ ସନ୍ତୁଷ୍ଟି ତଥା ସାମାଜିକ ଅଲୌକିକ ଗ୍ରହଣୀୟତା ମାତ୍ର । ପ୍ରକୃତ ଜ୍ଞାନ କ’ଣ ଏବଂ ତା’ର ମଣିଷ ଜୀବନରେ ଉପଯୋଗୀତା କ’ଣ ବିଚାର ଶୂନ୍ୟ ମଣିଷ ପ୍ରାୟତଃ ସମସ୍ତେ ଦେଖିବାକୁ ମିଳୁଛନ୍ତି ଆମ ସମାଜରେ, କାରଣ ବାସ୍ତବତା ଅପେକ୍ଷା ଅଲୌକିକ ବିଷୟ ଉପରେ ଚର୍ଚ୍ଚା, ଗ୍ରହଣୀୟତା ଅତ୍ୟଧିକ ଦେଖିବାକୁ ମିଳୁଛି ସର୍ବତ୍ର । ଶିକ୍ଷା ଦ୍ୱାରା ଏକ କୃତ୍ରିମ ସାମାଜିକ ମାନ୍ୟତା ସହିତ କିଛି ଆର୍ଥିକ ରୋଜଗାର ମିଳୁଥିବା ବେଳେ ମଣିଷକୁ ମଣିଷ ଭଳି ବଂଚିବାରେ କୌଣସି ସହଯୋଗ କରି ପାରୁନାହିଁ ଶିକ୍ଷା । କେବଳ ସ୍ୱାର୍ଥାନ୍ଧ, ଅହଂଭାବ ସୃଷ୍ଟି କରି ସମାଜରେ ନିଜକୁ ଏକ ମିଥ୍ୟା ପ୍ରତିଭାଧାରୀ ଭଳି ସାବ୍ୟସ୍ତ କରିବା ଛଡା କୌଣସି ପ୍ରକାରେ ବ୍ୟକ୍ତିତ୍ୱର ପରିଚୟ ଦେଇ ପାରୁନାହିଁ ଶିକ୍ଷା ଯାହା କେବଳ ଉପଯୁକ୍ତ ମାନବୀୟ ଚେତନା ଜ୍ଞାନ ଦ୍ୱରାହିଁ ସମ୍ଭବ । ମଣିଷର ବିଭିନ୍ନ କ୍ଷେତ୍ରରେ ଉତ୍ପନ୍ନ ଭିନ୍ନ ଭିନ୍ନ ଜ୍ଞାନ ଗୁଡିକ ମଧ୍ୟରୁ କାହାର ସାନ୍ଧ୍ରତା କେତେ ଏବଂ ସାମାଜିକ କ୍ଷେତ୍ରରେ ସେଗୁଡିକର ଉପଯୋଗୀତା କ’ଣ ରହିଛି ହୃଦ୍‌ବୋଧ କରୁଥିବା ମଣିଷଙ୍କ ସମାଜରେ କୌଣସି ସ୍ଥାନ ଦେଖିବାକୁ ମିଳୁନାହିଁ । ଅଧିକନ୍ତୁ ସାଧାରଣ ଭାବେ କାର୍ଯ୍ୟକ୍ଷମ ମଣିଷ ମସ୍ତିସ୍କରୁ ନିର୍ଗତ ସଚେତନ / ଅସଚେତନ ଏବଂ ଅବଚେତନ ଜ୍ଞାନ ଉପରେ ଆଧାରିତ ବିଶ୍ଲେଷଣାତ୍ମକ ତତ୍ୱ, ତଥ୍ୟ ଗୁଡିକ ପରବର୍ତ୍ତୀ ସମୟରେ ଉପସ୍ଥାପନ ପୂର୍ବକ ଆପଣଙ୍କ ସହଭାଗୀତା କାମନା କରି ବର୍ତ୍ତମାନ ପାଇଁ ଏତିକି…

ପଙ୍କଜ କୁମାର ପାଣିଗ୍ରାହୀ
ସୋସିଆଲ ଫୋରମ (ଭାରତ)
ଛତ୍ରପୁର, ଗଞ୍ଜାମ.
ଦୂରଭାଷ.: ୯୪୩୭୩୨୪୯୧୭.