ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉତ୍କଳ ଦିବସ ପାଳିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଳକ ଅନ୍ତର୍ଗତ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷଡ଼ଙ୍ଗୀ ଗନ୍ଦିଆ ଢେଙ୍କାନାଳରେ ବିଦ୍ୟାଳୟର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକୃତିବନ୍ଧୁ ହରିହର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଭର୍ଚୁଆଲ ମୋଡରେ ଉତ୍କଳ ଦିବସ ପାଳନ କରାଯାଇଅଛି । ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରିବା ସହ ଦ୍ୱୀପ ପ୍ରଜ୍ଜ୍ଵଳନ କରି ପ୍ରଧାନ ଶିକ୍ଷକ ଶ୍ରୀ ସାହୁ କାର୍ଯ୍ୟକ୍ରମକୁ ଉଦ୍ ଘାଟନ କରିଥିଲେ । ତାଙ୍କ ବକ୍ତବ୍ୟରେ ଶ୍ରୀ ସାହୁ ନୂତନ ଉତ୍କଳ ନିର୍ମାତା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ତ୍ୟାଗ ପୂତଜୀବନ ଉପରେ ଆଲୋଚନା କରିଥିଲେ । ସ୍ୱତନ୍ତ୍ର ଉତ୍କଳ ଦିବସ ଗଠନରେ ମଧୁବାବୁଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଣୁ ମଧୁବାବୁଙ୍କ ଆଦର୍ଶରେ ଅନୁପ୍ରେରିତ ହେବା ପାଇଁ ଭର୍ଚୁଆଲ ମୋଡରେ ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଅନୁରୋଧ କରିଥିଲେ । ଶେଷରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇ କାର୍ଯ୍ୟକ୍ରମକୁ ସମାପ୍ତ କରାଯାଇଥିଲା ।