ଶାଙ୍କୁଳେଇ ମନ୍ଦିର ପ୍ରାଙ୍ଗଣରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ…

ବୁଗୁଡା (ସମୃଦ୍ଧ ଓଡିଶା) ବୁଗୁଡା ବ୍ଳକ ଅନ୍ତର୍ଗତ ଅନ୍ତରପଡା ଗ୍ରାମପଞ୍ଚାୟତ ସ୍ଥିତ ମା”ଶାଙ୍କୁଳେଇ ମନ୍ଦିର କଲ୍ୟାଣ ମଣ୍ଡପ ପରିସର ମଧ୍ୟରେ ଆଜି ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଅନ୍ତରପଡା ଗ୍ରାମପଞ୍ଚାୟତ, ବ୍ରହ୍ମପୁର ସ୍ଥିତ ଇକୋସ୍ ଆଇ ହସ୍ପିଟାଲ ଏବଂ ଡିଅର ଇଣ୍ଡିଆ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ରୂପେ ବ୍ଳକ ଅଧ୍ୟକ୍ଷାଙ୍କ ପ୍ରତିନିଧି କେ ନିଳମାଧବ ଆଚାରୀ, ଉପାଧ୍ୟକ୍ଷ ମାନଷ ରଞ୍ଜନ ପ୍ରଧାନ, ସରପଞ୍ଚ ବସନ୍ତ କୁମାର ଶତପଥୀ ଓ ସମିତିସଭ୍ୟଙ୍କ ପ୍ରତିନିଧି ଉମେଶ ନାୟକ, ରାନୁ ଆଚାରୀ ଉପସ୍ଥିତ ପୂର୍ବକ ଉଦଘାଟନ କରିଥିଲେ । ଏହି ଶିବିରରେ ୭୬ ଜଣ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳ ସେଥିମଧ୍ୟରୁ ୨୨ ଜଣ ରୋଗୀଙ୍କ ପରଳ ଚିହ୍ନଟ ହେବାପରେ ସେମାନଙ୍କର ଅସ୍ତ୍ରୋପଚାର ଆବଶ୍ୟକ ଥିବା ଜଣା ପଡିବା ପରେ ସେମାନଙ୍କୁ ମାଗଣାରେ ଚିକିତ୍ସା ପାଇଁ ଇକୋସ୍ ଆଇ ହସ୍ପିଟାଲ ନିଆଯାଇଥିଲା । କ୍ୟାମ୍ପ ମ୍ୟାନେଜର ନଳିନୀକାନ୍ତ ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଚିଫ୍ଅପଥୋମିଷ୍ଟି ହରିଶ୍ ଚନ୍ଦ୍ର ସାହୁ, ଆଇ ଟେକନିସିଆନ୍ ଜି ବିନୋଦ ଏବଂ ଅନ୍ତରପଡା ଗ୍ରାମବାସୀ ବୃନ୍ଦ ଓ ଯୁବକ ଗୋଷ୍ଠୀ ମାନଙ୍କ ମଧ୍ୟରୁ ମନୋଜ କୁମାର ଶତପଥୀ, ଶିବାନନ୍ଦ ଗୌଡ, ଦୁର୍ଗା ମାଧବ ସ୍ବାଇଁ, ଗଣେଶ ଚନ୍ଦ୍ର ଡାଙ୍ଗୁଆ, ରାଜୀବ ଲୋଚନ ପ୍ରଧାନ ସମେତ ଅନ୍ୟ ମାନେ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା