ରୋଟାରୀ କ୍ଲବ୍ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ମହାମାରୀ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ରାଜ୍ୟରେ ଲକଡାଉନ ଜାରି ହୋଇଥିବା ବେଳେ କରୋନା କେବଳ ସହରାଞ୍ଚଳ ଗରିବ ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇନି ଗ୍ରାମାଞ୍ଚଳର ବି ପଛୁଆ ବର୍ଗ, ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତ ଲୋକଙ୍କୁ ମଧ୍ୟ ଅସହାୟ କରିଦେଇଛି । ସହରରେ ପ୍ରାୟ ବହୁ ଦଳୀୟ ନେତୃବର୍ଗ, ସମାଜସେବୀ, ସଂଗଠନ ପକ୍ଷରୁ ଅସହାୟଙ୍କୁ ସାହାଯ୍ୟ ପ୍ରଦାନ କରାଯାଉଥିବା ବେଳେ ଗ୍ରାମାଞ୍ଚଳ ଲୋକଙ୍କ ନିକଟରେ କୌଣସି ସହାୟତା ପହଞ୍ଚି ପାରୁ ନାହିଁ । ଏହାକୁ ଦୃଷ୍ଟିରେ ରଖି ରୋଟାରୀ କ୍ଲବ୍ ବ୍ରହ୍ମପୁର ପକ୍ଷରୁ ଗ୍ରାମାଞ୍ଚଳ, ପଛୁଆ ଅଞ୍ଚଳର ଲୋକଙ୍କ ପାଇଁ ସହାୟତା ଜାରି କରାଯାଇଛି । ଏହି କ୍ରମରେ ଆଜି ରୋଟାରୀ କ୍ଲବ୍ ବ୍ରହ୍ମପୁର ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ ଆରମ୍ଭ କରାଯାଇଛି । ବ୍ରହ୍ମପୁର ସହର ଆଖପାଖରେ ଥିବା ଗ୍ରାମାଞ୍ଚଳର ପ୍ରାୟ ୪୦୦୦ ପରିବାରକୁ ଆସନ୍ତା ୩୦ ତାରିଖ ମଧ୍ୟରେ ଶୁଖିଲା ଖାଦ୍ୟ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କୁହାଯାଇଛି । ଆଜି ରୋଟାରୀ କ୍ଲବ୍ ତରଫରୁ ଆମେରିକାରେ ଥିବା ଓଡ଼ିଶା ସୋସାଇଟି – ସ୍ୱାସ୍ଥ୍ୟ ଏବଂ ମଙ୍ଗଳ ଗ୍ରୁପ୍ (ଓଏସ୍‌ଏ-ଏଚ୍‌ଡ଼ବ୍ଲ୍ୟୁଜି), ଚାମ୍ବର ଅଫ୍ କମର୍ସ ସହାୟତାରେ ସୋଳବିନ୍ଧ ଗ୍ରାମ ଏବଂ ଓଡ଼ିଆର୍‌ପି କଲେଶନୀରେ ୨୦୦ ଲୋକଙ୍କୁ ପ୍ରଥମ ପର୍ଯ୍ୟାୟରେ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ପୂର୍ବରୁ ମଧ୍ୟ ରୋଟାରୀ କ୍ଲବ୍ ବହୁ ଜନହିତକର କାର୍ଯ୍ୟମାନ କରି ଚର୍ଚ୍ଚାରେ ରହି ଆସିଛି ।  ଆଜିର ଏହି କାର୍ଯ୍ୟକ୍ରମ ରୋଟାରିୟାନ ଲଳିତ ମଙ୍ଗରାଜ ଏବଂ ସଭାପତି ରୋଟାରିୟାନ୍ ମିହିର ପାଣିଗ୍ରାହୀ, ରୋଟାରିୟାନ ସେନାପତି, ରୋଟାରିୟାନ୍ ଶ୍ରୀରାମୁଲୁ, ଭି. ସନ୍ତୋଷ କୁମାର, ସାରକମ୍‌, ପ୍ରଭୀନ, ଅଜୟ କୁମାର, ତରୁଣ, ଆନନ୍ଦ, ଈଶ୍ୱରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିଲା ବୋଲି ଜଣାଯାଇଛି ।