ରାୟଗଡ଼ା ସିଡ଼ିଏମଓ ନେଲେ କୋଭିଡ ଟିକା…

ରାୟଗଡ଼ା (ସମୃଦ୍ଧ ଓଡିଶା) କୋଭିଡ ବିରୁଦ୍ଧରେ ଚାଲିଥିବା ଶେଷ ଲଢେଇ ସଂଜୀବନି ଟିକା ଅଭିଯାନରେ ସାମିଲ ହୋଇଛନ୍ତି ରାୟଗଡ଼ା ସିଡ଼ିଏମଓ ଡ଼ା. ଆର୍ତ୍ତବନ୍ଧୁ ନାୟକ । ନିଜେ ଟିକା ନେଇ ଅନ୍ୟ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଟିକା ନେଇଥିବା ସୂଚନା ଦେଇଛନ୍ତି ଡ଼ା. ନାୟକ । ଜିଲ୍ଲାର ୮୦୩୮ ଯୋଦ୍ଧାଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ଥିବା ବେଳେ ଗତ ୩ ଦିନରେ ଟିକା ନେଇଛନ୍ତି ୧୨୫୦ ଯୋଦ୍ଧା । ଆଗାମୀ ୨୫ ତାରିଖ ସୁଦ୍ଧା ସମସ୍ତ ଅନ୍ୟ ସମସ୍ତ ଯୋଦ୍ଧାଙ୍କୁ ଶତ ପ୍ରତିଶତ ଟିକାକରଣ ପାଇଁ ଉଦ୍ୟମ ଚାଲିଥିବା ଡ଼ା. ନାୟକ ପ୍ରକାଶ କରିଛନ୍ତି । ଜାନୁଆରି୧୬ ତାରିଖରୁ ଜିଲ୍ଲାରେ ଆରମ୍ଭ ହୋଇଛି କୋଭିଡ ଟିକାକରଣ । ପ୍ରଥମ ଦିନରେ ୬୦୯, ଦ୍ବିତୀୟ ଦିନରେ ୩୭୯, ତୃତୀୟ ଦିନରେ ୨୬୨ ଯୋଦ୍ଧାଙ୍କୁ ଟିକା ଦିଆଯାଇଛି । ଲକ୍ଷ୍ୟ ସମୟ ସୁଦ୍ଧା ଟିକାକରଣ ଅଭିଯାନକୁ ସଫଳ କରିବା ପାଇଁ ସିଡ଼ିଏମଓ ଅଣ୍ଟା ଭିଡ଼ିବା ସହ ନିଜେ ଟିକା ନେଇଛନ୍ତି । ଯାହା ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଓ ଅଧିକାରୀଙ୍କ ମନୋବଳକୁ ସୁଦୃଢ କରିଛି । ୧୪ ଦଫା ପୂରଣ ଦାବିରେ  ଅସ୍ଥାୟୀ ସ୍ୱାସ୍ଥ୍ୟ କର୍ମଚାରୀ ଟିକା ନ ନେଵା ଲାଗି ସରକାରଙ୍କୁ ଚେତାବନୀ ଦେଇ ଥିବାରୁ ସିଡ଼ିଏମଓ ପଦକ୍ଷେପ ଅସ୍ଥାୟୀ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସିଦ୍ଧାନ୍ତରେ ପରିବର୍ତ୍ତନ ଆଣି ପାରିବ ବୋଲି ବିଭାଗୀୟ ଉଚ୍ଚ ଅଧିକାରୀ ପ୍ରକାଶ କରିଛନ୍ତି । ରାୟଗଡ଼ାର ୭ଟି କେନ୍ଦ୍ରରେ ଆରମ୍ଭ ହୋଇଛି ଟିକାକରଣ ଅଭିଯାନ ।