ରାତିଅଧିଆ ଗିରଫଦାରୀ ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଏସ୍‌ଡିପିଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତକୁ ନେଇ ପ୍ରଶାସନ ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ବିରୋଧିଙ୍କ ବିଭିନ୍ନ ପ୍ରସଙ୍ଗରେ କଳାପତାକା ପ୍ରଦର୍ଶନ ଓ ଅଣ୍ଡାମାଡ ଘଟଣା ହେବାର ସମ୍ଭାବନା ଦୃଷ୍ଟିରୁ ଜିଲାର କେତେକ ଛାମୁଆ ନେତାକୁ ରାତି ଅଧିକା ଗିରଫ କରାଯାଇଥିବା ଜଣାଯାଇଛି । ଏପରିକି ବାଲେଶ୍ୱରର କେତେକ ଅଞ୍ଚଳ ଅଘୋଷିତଭାବେ ବନ୍ଦ କରାଯିବା ସହିତ ବିଭିନ୍ନ ମୁଖ୍ୟ ରାସ୍ତକୁ ବନ୍ଦ କରାଯାଇଥିଲା । ବିଭିନ୍ନ ଜିଲାରେ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟକାର୍ଡ ବଣ୍ଟନ କରାଯିବାକୁ ଗଲାବେଳେ ବିରୋଧି କଂଗ୍ରେସର ବିରୋଧକୁ ଆଶଙ୍କା କରି ଜିଲା କଂଗ୍ରେସ ସଭାପତି ସଂଜିବ ଗିରିଙ୍କ ସମେତ ବହୁ ଛାତ୍ର ନେତା, ଯୁବ ନେତାଙ୍କୁ ଗିରିଫ କରାଯାଇଛି । ଏହାର ପ୍ରତିବାଦରେ ଜଳେଶ୍ୱର ବ୍ଲକ କଂଗ୍ରେସ ପକ୍ଷରୁ ବ୍ଳକ ସଭାପତି ରାଜୀବ ପରିଡା, ଟାଉନ୍ ସଭାପତି ଗିରିଜା ଦାସ, କିଷାନ ସଭାପତି ସୁଦାମ ପାତ୍ର, ରିଆଜ ଖାଁ, ଜଗଦୀଶ ନନ୍ଦି, ସବ୍ୟସାଚୀ ଦାସ, ମନୋଜ ପରିଡା, ବିଷ୍ଣୁପଦ ପାତ୍ର, ପ୍ରଫୁଲ୍ଲ ପରିଡା, ଚିନ୍ମୟ ଦାସମହାପାତ୍ର, ଗୋପାଳ ଚନ୍ଦ୍ର ଜେନା, ଦୁଲାଲ ଦାସ, ତାରକ ଚାନ୍ଦ, ରଂଜିତ ଗିରି ପ୍ରମୁଖ ଦିବା ୧୧.୩୦ରୁ ୧୨.୩୦ ପର୍ଯ୍ୟନ୍ତ ଏସ୍‌ଡିପିଓ କାର୍ଯ୍ୟଳୟ ସମ୍ମୁଖରେ ମୌନ ଧାରଣାରେ ବସିଥିଲେ ।

ରିପୋର୍ଟ : ଭୂପତି ପରିଡା