ରାଜ୍ୟସଭାରେ ଅଙ୍ଗନୱାଡ଼ି କର୍ମୀ/ମିନିକର୍ମୀ/ସହାୟିକା ମାନଙ୍କର ସରକାରୀ ମାନ୍ୟତା ସହ ୧୮ ହଜାର ଟଙ୍କା ଦରମା ବୃଦ୍ଧି ଦାବୀ କଲେ ସାଂସଦ ସୁବାସ ଚନ୍ଦ୍ର ସିଂ : ଅଭିନନ୍ଦନ ଜଣାଇଲେ ବାଲେଶ୍ୱର ଜିଲ୍ଲାର ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ସମଗ୍ର ଭାରବର୍ଷରେ ୨୫ ଲକ୍ଷ ଅଙ୍ଗନୱାଡ଼ି କର୍ମୀ ଥିବା ବେଳେ ଓଡ଼ିଶାରେ ୧ ଲକ୍ଷ ୫୦ ହଜାର ଅଙ୍ଗନୱାଡ଼ି କର୍ମୀ କାର୍ଯ୍ୟ କରୁଛନ୍ତି । ସେମାନେ ସରକାରଙ୍କ ସମସ୍ତ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କ କୌଣସି ସୁବିଧା ସୁଯୋଗ କେନ୍ଦ୍ର ସରକାର କରି ନାହାନ୍ତି । ଗତକାଲି ରାଜ୍ୟ ସଭାର ଶୂନ୍ୟ କାଳରେ ଅଙ୍ଗନୱାଡ଼ି କର୍ମୀ, ମିନିକର୍ମୀ ଓ ସହାୟିକାଙ୍କୁ ସରକାରୀ ମାନ୍ୟତା ସହିତ ୧୮ ହଜାର ଟଙ୍କା ଦରମା ବୃଦ୍ଧି ନିମନ୍ତେ ଓଡ଼ିଶାର ମାନ୍ୟବର ସାଂସଦ ସୁବାସ ଚନ୍ଦ୍ର ସିଂ ଦାବୀ ଉପସ୍ଥାପନ କରି ଥିବାରୁ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସହାୟିକା ସଂଘ ବାଲେଶ୍ୱର ଶାଖା ତରଫରୁ ମାନ୍ୟବର ସାଂସଦ ସୁବାଷ ସିଂଙ୍କୁ ଅଭିନନ୍ଦନ ସହିତ କୃତଜ୍ଞତା ଜ୍ଞାପନ କରାଯାଇଛି । ଶ୍ରୀଯୁକ୍ତ ସିଂ ତାଙ୍କର ଦାବିରେ କହିଛନ୍ତି ମହାମାରୀ କରୋନା ସମୟରେ ଅଙ୍ଗନୱାଡ଼ି କର୍ମୀର ଭୂମିକା ଗୁରୁତ୍ବପୂର୍ଣ୍ଣ ଥାଇ ମୁଖ୍ୟମନ୍ତ୍ରୀଙ୍କ ଠାରୁ ପ୍ରଶଂସା ପାଇଛନ୍ତି । ଅଙ୍ଗନୱାଡ଼ି କର୍ମୀ ଟିକା ପ୍ରଦାନ ଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ କାର୍ଯ୍ୟରେ ମଧ୍ୟ ସେମାନଙ୍କର କାର୍ଯ୍ୟ ଅତୁଳନୀୟ । ଓଡ଼ିଶା ସରକାର ସେମାନଙ୍କ ପାଇଁ କୋଭିଦରେ ମୃତ୍ୟୁ ହେଲେ, ସହାୟତା ୫୦ ଲକ୍ଷ ବୀମା ଓ ସେମାନଙ୍କ ନମିନୀ ମୃତ କର୍ମୀଙ୍କ ୬୦ ବର୍ଷ ହେବା ପର୍ଯ୍ୟନ୍ତ ପୁରା ଦରମା ପାଇବା ବ୍ୟବସ୍ଥା କରିଥିବା ବେଳେ କେନ୍ଦ୍ର ସରକାର କୌଣସି ଟିକିଏ ହେଲେ ସୁବିଧା ସୁଯୋଗ କରି ନାହାନ୍ତି । ଏହା ଏକ ଦୁଃଖ ଦାୟକ ଘଟଣା । କେନ୍ଦ୍ର ସରକାର ୬୦ ଭାଗ ଓ ରାଜ୍ୟ ସରକାର ୪୦ ଭାଗ ଭତ୍ତାରେ ୪ ହଜାର ୫ ଶହ କର୍ମୀମାନେ ପାଉଥିବା ବେଳେ ଓଡ଼ିଶାର ଅଙ୍ଗନୱାଡ଼ି କର୍ମୀ ମାନଙ୍କ ପାଇଁ ଅଧିକ ୩ ହଜାର ଭତ୍ତା ଓଡ଼ିଶାର ନବୀନ ସରକାର ଦେଉଥିବା ଶ୍ରୀଯୁକ୍ତ ସିଂ ଦାବୀ କରିଛନ୍ତି । ତେଣୁ ସପ୍ତମ ପେ କମିଶନ ସୁପାରିଶ ଅନୁସାରେ ୪ ର୍ଥ ଶ୍ରେଣୀ କର୍ମଚାରୀ ସର୍ବନିମ୍ନ ବେତନ ୧୮ ହଜାର ଟଙ୍କାକୁ ବୃଦ୍ଧି କରିବା, ଅନ୍ୟାନ୍ୟ ସରକାରୀ ସୁବିଧା ସହ ସରକାରୀ ମାନ୍ୟତା ପାଇଁ ଦୃଢ଼ ଦାବୀ ରାଜ୍ୟ ସଭାର ଶୂନ୍ୟ କାଳରେ ଉପସ୍ଥାପନା କରିଛନ୍ତି । ମହାମହିମ ରାଜ୍ୟସଭା ଅଧ୍ୟକ୍ଷ ତଥା ଭାରତର ଉପ ରାଷ୍ଟ୍ରପତି ଭେଙ୍କୟା ନାଏଡୁ ଏହାକୁ ଗୁରୁତର ସହ ସରକାରଙ୍କ ଠାରେ ଉପସ୍ଥାପନ କରିବେ ବୋଲି ପ୍ରତିଶୃତି ଦେଇଥିବା ଶ୍ରୀଯୁକ୍ତ ସିଂ ପ୍ରକାଶ କରିଛନ୍ତି । ଏହି ପ୍ରସ୍ତାବକୁ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସହାୟିକା ସାମ୍ମୁଖ୍ୟ ସଙ୍ଘର (ବିଜୁ ଶ୍ରମିକ ସାମ୍ମୁଖ୍ୟ ସହବନ୍ଧିତ) ବାଲେଶ୍ୱର ଶାଖା ଜଳେଶ୍ଵର ବ୍ଳକର ସବିତା ପରିଡ଼ା, ବନଜା ଦାସ, ସୁଲଚନା ଦିନ୍ଦା, ଅପର୍ଣ୍ଣା ପ୍ରଧାନ, ଛବି ରାଣୀ ପରିଡ଼ା, ମିନତି ପାଣିଗ୍ରାହୀ, ଚନ୍ଦନା ଦାସ, ତପସ୍ଵିନୀ ଦାସ, ସ୍ୱର୍ଣଲତା ପ୍ରଧାନ, ଆରତୀ ରାଉଳ, ମମତା ସାହୁ, ସାଗରିକା ଦାସ ମହାପାତ୍ର, ତାରାରାଣୀ ଜେନା, ସସ୍ମିତା ପ୍ରଧାନ ଓ ପ୍ରତିମା ପ୍ରଧାନ ବାଲେଶ୍ୱର ସଦର ବ୍ଳକର ସୁଜାତା ମିଶ୍ର, ଭୋଗରାଇ ବ୍ଲକର ବନ୍ଦନା ଚକ୍ରବର୍ତ୍ତୀ, ଶିବାନୀ ପଣ୍ଡା, ବସ୍ତା ବ୍ଲକର ସବିତା ସାହୁ, ପୁଷ୍ପଲତା ଦାସ, ପ୍ରଭାସିନୀ ପାଲ, ଜୟଶ୍ରୀ ସିଂହ, ଅର୍ଚ୍ଚନା ପାଲ, ବେବୀରାଣୀ କୁଅଁର, ମଞ୍ଜୁରାଣୀ ବ୍ରହ୍ମା, ଗୀତାଞ୍ଜଳି ପ୍ରଧାନ ଓ ଅନ୍ନପୂର୍ଣ୍ଣା ପ୍ରଧାନ, ବାଲିଆପାଳ ବ୍ଲକର ବନଗିତା ନାୟକ ଓ ବାହାନଗା ବ୍ଳକର ତିଳୋତ୍ତମା ପାତ୍ର ପ୍ରମୁଖ ସଙ୍ଘର କର୍ମୀମାନେ ସୁବାଷ ଚନ୍ଦ୍ର ସିଂ ଏବଂ ଓଡ଼ିଶା ସରକାରଙ୍କୁ ଅଭିନନ୍ଦନ ଓ କୃତଜ୍ଞତା ଜଣାଇଛନ୍ତି ।

ରିପୋର୍ଟ : ଭୂପତି ପରିଡା