ରାଜଘାଟ ତମ୍ବାଖୁରିରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ : ୩୭ ୟୁନିଟ ରକ୍ତ ସଂଗ୍ରହ…

ଜଳେଶ୍ବର/ରାଜଘାଟ (ସମୃଦ୍ଧ ଓଡିଶା) ରାଜଘାଟ ନିକଟ ତମ୍ବାଖୁରି ସ୍ଥିତ ହୃଦାନନ୍ଦ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ଶିକ୍ଷକ ସ୍ୱର୍ଗତ ନିତ୍ୟାନନ୍ଦ ଦାସଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଉଦ୍ଧେଶ୍ୟରେ ପୁରାତନ ଛାତ୍ର ସଂସଦ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ବାଲେଶ୍ଵର ଜିଲ୍ଲା ରକ୍ତଦାତା ସଂଘ ଓ  ଆମ ଓଡ଼ିଶା ମିଳିତ ସହଯୋଗରେ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ସଂସଦର ସମ୍ପାଦକ ତଥା ସ୍ତମ୍ଭକାର ସୁଦର୍ଶନ ଦାସ, ପୁରାତନ ଛାତ୍ର ସଂସଦର ସଭାପତି ତଥା ବାଲେଶ୍ଵର ଜିଲ୍ଲା ରକ୍ତଦାତା ସଂଘର ସମ୍ପାଦକ ଇଂ ହୃଷିକେଶ ସାହୁ ଓ ସଂସଦର ସହ ସମ୍ପାଦକ ଅନୁପ କୁମାର ବେହେରାଙ୍କ ତତ୍ତ୍ୱାବଧାନରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା । ରାସଗୋବିନ୍ଦପୁର ଥାନା ଅଧିକାରିଣୀ ଲୋପାମୁଦ୍ରା ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ବାଲେଶ୍ଵର ଜିଲ୍ଲା ରକ୍ତଦାତା ସଂଘର ସଭାପତି କମଲ ଚକ୍ରବର୍ତ୍ତୀ ଓ ଉପ ସଭାପତି ସୁବ୍ରତ କୁମାର ରଣା, ସ୍କୁଲ କମିଟିର ସଭାପତି ଖଗେଶ୍ବର କବି, ସମାଜସେବୀ ଯୁଗଳ ମହଲା, ମନୋରଞ୍ଜନ ଦାସ, ଜଗନ୍ନାଥ ସାହୁ, ହେମନ୍ତ କୁମାର ଗିରି, ସ୍କୁଲର ପ୍ରଧାନ ଶିକ୍ଷକ ଲଳିତ କୁମାର ମହାନ୍ତ, ପୂର୍ବତନ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ସାହୁ, ତ୍ରିଲୋଚନ ଦାସ ଅଧିକାରୀ,  ବାଲେଶ୍ଵର ରକ୍ତଭଣ୍ଡାର ଡାକ୍ତର ମହେଶ କୁମାର ବିଶ୍ବାଳ ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ପ୍ରବଳ ବର୍ଷା ସ୍ୱତେ ଶିବିରରୁ ୩୭ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା ।

ରିପୋର୍ଟ- ଭୂପତି କୁମାର ପରିଡ଼ା