ମାର୍ଚ୍ଚ ୨୧ରୁ ରାଜ୍ୟସ୍ତରୀୟ ବସନ୍ତ ମେମୋରିଆଲ ଓପନ ଚେସ ଟୁର୍ଣ୍ଣାମେଣ୍ଟ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆସନ୍ତା ମାର୍ଚ୍ଚ ୨୧ ଓ ୨୨ ତାରିଖ ଦୁଇଦିନ ଧରି ରାଜ୍ୟସ୍ତରୀୟ ବସନ୍ତ ମେମୋରିଆଲ ଚେସ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମ ଢେଙ୍କାନାଳ ଗୋପବନ୍ଧୁ ଟାଉନହଲରେ ଶ୍ରେୟା ଚେସ ଏକାଡେମୀ ପକ୍ଷରୁ ଜିଲ୍ଲା ଚେସ ଆସୋସିଏସନ ସହଯୋଗରେ ଅନୁଷ୍ଠିତ କରାଯାଉଅଛି । ଏନେଇ ଗୁରୁବାର ପୂର୍ବାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ କରାଯାଇ ସୂଚନା ଦିଆଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ୬ରୁ ୧୧ ବର୍ଷ ବୟସର ବଳକା ଓ ବାଳିକା ମାନଙ୍କ ସମେତ ମହିଳା ଓ ଭେଟେରାନ ଖେଳାଳିମାନେ ଅଂଶ ଗ୍ରହଣ କରିବେ । ୨୧ ତାରିଖରେ ପ୍ରତିଯୋଗିତା ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ । ୭ଟି ରାଉଣ୍ଡରେ ପ୍ରତିଯୋଗିତା ହେବ । ୬ ରୁ ୧୧ ବର୍ଷ ବୟସ ମଧ୍ୟରେ ଅନୁଷ୍ଠିତ ପ୍ରତିଯୋଗିତାର ପ୍ରଥମ ଦ୍ଵିତୀୟ ଓ ତୃତୀୟ ପ୍ରତିଯୋଗୀମାନଙ୍କ ସମେତ ଶ୍ରେଷ୍ଠ ଭେଟେରାନ ଖେଳାଳି ଓ ଶ୍ରେଷ୍ଠ ମହିଳା ଖେଳାଳିଙ୍କୁ ଟ୍ରଫି ସହ ନଗଦ ରାଶି ପ୍ରଦାନ କରାଯିବ । ଶ୍ରେଷ୍ଠ ବାଳକ ଓ ବାଳିକା, ଶ୍ରେଷ୍ଠ ଭେଟେରିଆନ ଖେଳାଳି ଏବଂ ଶ୍ରେଷ୍ଠ ମହିଳା ପ୍ରତିଯୋଗୀଙ୍କୁ ଉତ୍ସବରେ ପୁରସ୍କୃତ କରାଯିବ । ଏହାସହ ୨୦ ତାରିଖରେ ଉଦଘାଟନ ଦିବସରେ ପୂର୍ବାହ୍ନରେ ଅନ୍ତଃ ବିଦ୍ୟାଳୟ ସ୍ତରୀୟ ରଙ୍ଗଭରେ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ନର୍ସରୀରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ହେବ । ପରେ ‘ମୁଁ ଶ୍ରେୟା’ ନାମକ ଏକ ଟ୍ୟାଲେ ସୋ ପ୍ରତିଯୋଗିତା ଅନୁଷ୍ଠିତ ହେବ ଓ ଏଥିରେ କେବଳ ୯ରୁ ୧୫ ବର୍ଷ ବୟସରେ ବାଳିକାମାନେ ଭାଗନେବେ । ୨୦ ତାରିଖ ଅପରାହ୍ନରେ ନାରୀ କେତେ ସୁରକ୍ଷିତ ଓ ସଂପୂର୍ଣ୍ଣା ସମ୍ପର୍କିତ ସେମିନାର ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଚେସ ସଂଘ ସଭାପତି ନଵୀନଚନ୍ଦ୍ର ନାରାୟଣ ଦାଶ, ସମ୍ପାଦକ ଦେବବ୍ରତ ଭଟ, ଶ୍ରେୟା ଚେସ ଏକାଡେମୀ ନିର୍ଦ୍ଦେଶିକା ସାଗରୀକା ମିଶ୍ର, ଉପସଭାପତି ବନ୍ଦନା ପଣ୍ଡା, ସମ୍ପାଦକ ଜ୍ୟୋତି ରଞ୍ଜନ ମହାରଣା, କୋଷାଧ୍ୟକ୍ଷ ସ୍ଵର୍ଣ୍ଣଲତା ମିଶ୍ର ପ୍ରମୁଖ ଜଣାଇଛନ୍ତି ।

ରିପୋର୍ଟ : ଶୁଭମ ପାଣି