ମଧୁବାବୁଙ୍କ ଜୟନ୍ତୀ ଅବସରରେ…

ଉତ୍କଳର ଗୌରବ ତଥା ଆମ ସମସ୍ତଙ୍କର ପ୍ରିୟ ଜନନାୟକ କୁଳ ବୃଦ୍ଧ ମଧୁସୂଦନ ଦାସଙ୍କର ଆଜି ହେଉଛି ପବିତ୍ର ଜନ୍ମ ଜୟନ୍ତୀ । ୧୮୪୮ ମସିହା ଆଜିର ଦିନରେ କଟକ ଜିଲ୍ଲର ସତ୍ୟଭାମାପୁର ଠାରେ ଜନ୍ମ ନିଅନ୍ତି ମଧୁ ବାବୁ । ଓଡ଼ିଶାର ପ୍ରଥମ ବାରିଷ୍ଟର ପ୍ରଥମ ଓଡ଼ିଆ ଗ୍ରାଜୁଏଟ ଭାବେ ସେ ସାଧାରଣରେ ବେଶ ପରିଚିତ ସେ ହେଉଛନ୍ତି । ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି, ପ୍ରଥମ ବିହାର-ଓଡିଶା ବିଧାନସଭା ସଦସ୍ୟ । ଓଡ଼ିଆ ଭାଷା ସାହିତ୍ୟର ଅଭିବୃଦ୍ଧି ଏବଂ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ତାଙ୍କର ଭୂମିକା ଅତ୍ୟନ୍ତ ଗୃରୁତ୍ୱପୂର୍ଣ୍ଣ ଥିଲା ଓଡିଶାର ବିଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରା ଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୨ ମସିହା ଅପ୍ରେଲ ୧ ତାରିଖରେ ଓଡିଶା ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ପ୍ରତିଷ୍ଠା ଲାଭ କରିଥିଲା ଶିଳ୍ପ କ୍ଷେତ୍ରରେ ମଧ୍ୟ ତାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରଶଂସନୀୟ ଥିଲା । ଚମଡା ଶିଳ୍ପର ବିକାଶ ପାଇଁ ଉତ୍କଳ ଟ୍ୟାନେରୀ ଏବଂ କଟକର ସୁନା ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆଟୱାର୍କସର ପ୍ରତିଷ୍ଠା କରିଥିଲେ । ବିକ୍ଷେପ ଓକିଲାତି, ସ୍ୱତନ୍ତ୍ର ଓଡିଶା ରାଜ୍ୟ ଗଠନ ଏବେ ତାର ବିକାଶ ପାଇଁ ଯେଉଁ ଦୂରଦର୍ଶିତା ଏବଂ ଓଡ଼ିଆ ଭାଷା ସାହିତ୍ୟର ବିକାଶ ପାଇଁ ଯେଉଁ ସଂଗ୍ରାମ ତାଙ୍କୁ ଆଜି ଜନମାନସରେ ଅଦ୍ଵିତୀୟ ଏବଂ ଅମର କରି ଦେଇଛି । ପରିଶେଷରେ ତାଙ୍କ ଲେଖନୀ ମୁନ ନିଶୃତ ଏକ କବିତାରୁ ପଦେ – ଉଠରେ ଉଠରେ ଉତ୍କଳ ସନ୍ତାନ
ଉଠିବୁ ତୁ କେତେ ଦିନେ,
ପୂରୁବ ଗୌରବ ପୂରୁବ ସାହସ
ପଡିବ କି କେବେ ମାନେ !
ତୋହର ଜନନୀ ବୀର ପ୍ରସବିନୀ
ଧୂଳିରେ ପଡିଛି ଦେଖ
ଜନ ସମାଜରେ ଏ ମହୀ ମଧ୍ୟରେ
କିପରି ଦେଖାଉ ମୁଖ !

ଗୌତମ କେଶରୀ ଦାସ, ଏମବିଏ ଛାତ୍ର
ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ସମ୍ବଲପୁର