ଭାରତୀୟ ଜନତା ପାର୍ଟି ପକ୍ଷରୁ ବେଗୁନିଆପଡ଼ା ବ୍ଲକର ଜିଲ୍ଲା ପରିଷଦ ପାଇଁ ପ୍ରାର୍ଥୀପତ୍ର ଦାଖଲ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକର ୪୪,୪୫,୪୬ ନମ୍ବର ଜୋନ୍ ପାଇଁ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରାର୍ଥୀପତ୍ର ଦାଖଲ ହୋଇଯାଇଛି । କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ରଞ୍ଜନ କୁମାର ପଲେଇଙ୍କ ଉପସ୍ଥିତିରେ ୪୪ ନମ୍ବର ଜୋନ୍ ପାଇଁ ଶ୍ରୀମତୀ ପ୍ରିୟା ବିଶୋୟୀ, ୪୫ ନମ୍ବର ଜୋନ୍ ପାଇଁ ଯୁବନେତା ପ୍ରଦୀପ କୁମାର ଘୋଷ, ୪୬ ନମ୍ବର ଜୋନ୍ ପାଇଁ ଏହି ଅଞ୍ଚଳର ଜଣାଶୁଣା ରାଜନେତା ନାରାୟଣ ସୁମନ୍ତରାୟଙ୍କ ମାତା ଶ୍ରୀମତୀ ଅହଲ୍ୟା ସୁମନ୍ତରାୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । 

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା