ବ୍ରହ୍ମପୁର ସହରରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ ଉପଲକ୍ଷେ ୮ ଶହରୁ ଉର୍ଦ୍ଧ ଯୁବପିଢିଙ୍କୁ ନେଇ ଏକ ବିରାଟ ଶୋଭାଯାତ୍ରା ଓ କର୍ମଶାଳା ବ୍ରହ୍ମପୁର ମେଡିକାଲ ପଡ଼ିଆରେ ଭାରତର ପ୍ରଖ୍ୟାତ ଛାତି ରୋଗ ବିଶେଷଜ୍ଞ ପ୍ରଫେସର ଡା.ନାରାୟଣ ମିଶ୍ରଙ୍କ ତତ୍ୱାବଧାନରେ ପାଳନ ହୋଇଯାଇଛି । ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ମେଡିକାଲ କଲେଜର ଅଧକ୍ଷ ପ୍ରଫେସର ଡା.ସନ୍ତୋଷ କୁମାର ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ବିରାଟ ଶୋଭାଯାତ୍ରା ଓ କର୍ମଶାଳାର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ରୋଟାରି କ୍ଲବ, ୟୁନିଅନ କ୍ଲବ ସମେତ ଏମ କେ ସି ଜି ମେଡିକାଲ କଲେଜ , ଆଇ ଏମ ଏ ,ଆଇ ସି ଏସ ,ଏନ ସି ସି ପି , ବ୍ରହ୍ମପୁର ଫିଜିକାଲ ଏକାଡେମୀ ଅଂଶ ଗ୍ରହଣ କରିଥିବା ବେଳେ ବ୍ରହ୍ମପୁର ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।ଏହି କର୍ମଶାଳାର ନେତୃତ୍ୱ ନେଇଥିବା ଭାରତର ପ୍ରଖ୍ୟାତ ଛାତି ରୋଗ ବିଶେଷଜ୍ଞ ପ୍ରଫେସର ଡା.ନାରାୟଣ ମିଶ୍ର ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ପୃଥିବୀରେ ଏକ କୋଟିରୁ ଉର୍ଦ୍ଧ ବ୍ୟକ୍ତି ପ୍ରତ୍ୟେକ ବର୍ଷ ଏହି ରୋଗରେ ପୀଡିତ ହୋଇ ମୃତ୍ୟ ମୁଖରେ ପଡୁଛନ୍ତି। ତମାଖୁ ସେବନ ଦ୍ୱାରା ମନ୍ୟୁଷର ଶରୀରରେ ଯେକୌଣସି ସ୍ଥାନରେ କ୍ୟାନସର , ମୁଖ ଗହ୍ବର କର୍କଟ , ଫୁସ ଫୁସ ଜନିତ ରୋଗ , ହୃଦ ରୋଗ , ରକ୍ତଚାପ ବୃଦ୍ଧି , ବ୍ରେନ ଷ୍ଟ୍ରୋକ ଆଦି ପରି ମାରାତ୍ମକ ରୋଗର ଆକ୍ରମଣ ହେବା ସହିତ ପରିବେଶ ଦୂଷିତ ହେଉଛି । ତେଣୁ ଏହି ବର୍ଷ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତମାଖୁ ବର୍ଜନ କରିବା ଉଦେଶ୍ୟରେ ସ୍ଲୋଗାନ ରଖିଛି “ଆମ ପାଇଁ ତମାଖୁ ନୁହେଁ ଖାଦ୍ୟ ଜରୁରୀ”we need food- not tobacco’। ପ୍ରତ୍ୟେକ ବର୍ଷ ପୃଥିବୀରେ ଅନ୍ୟୁନ ୨୫ ଲକ୍ଷ ହେକଟର ଜମିରେ ତମାଖୁ ଚାଷ କରାଯାଉଛି ଯାହାକି ସ୍ୱାସ୍ଥ୍ୟ ପାଇଁ ମାରାତ୍ମକ ଅଟେ । ଏଥିରୁ ପ୍ରତିବର୍ଷ ୮୦କୋଟି କିଲୋଗ୍ରାମ ଦୂଷିତ ପ୍ରଦାର୍ଥ ନିର୍ଗତ ହେଉଛି । ଏହା ଦ୍ୱାରା ମାଟି,ଜଳ ଓ ବାୟୁ ପ୍ରଦୂଷିତ ହେଉଛି । ବର୍ତ୍ତମାନ ସମୟ ଆସିଛି ସଚେତନ ହେବା ଆବଶ୍ୟକ। ତମାଖୁ ଚାଷ ବନ୍ଦ କରି ତା’ବଦଳରେ ମକା , ସୋୟାବିନ ଆଦି ପୃଷ୍ଟିକର ଚାଷ କରି ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବା ଆବଶ୍ୟକ ବୋଲି ଡା.ମିଶ୍ର ଆହ୍ୱାନ ଦେଇଥିଲେ । ଆଜି ସକାଳେ ଅନୁଷ୍ଠିତ ଏହି କର୍ମଶାଳା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ରୋଟାରୀୟାନ ଶ୍ରୀମତୀ ଆଶା ମିଶ୍ର ଓ ରୋଟାରୀୟାନ ସରୋଜ ପୃଷ୍ଟି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଆଡ଼ଭୋକେଟ ସୁଧୀର ପଟ୍ଟନାୟକ