ବିଶ୍ୱ ପରିବେଶ ଦିବସରେ ବୃକ୍ଷରୋପଣ କାର୍ଯ୍ୟକ୍ରମ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱରରେ ଥିବା ଏକ ଛାମୁଆ ସଂଗଠନ ହେଲ୍ପ ଫର ଫାଉଣ୍ଡେସନ ପକ୍ଷରୁ ଆଜି ଶନିବାର ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ସରସିଦା ଗ୍ରାମରେ ବୃକ୍ଷରୋପଣ କରାଯାଇଛି । କରୋନା ସମୟରେ ଅମ୍ଳଜାନର ଆବଶ୍ୟକତା ଥିବାରୁ ଓ ପରିବେଶକୁ ନିର୍ମଳ ରଖିବାକୁ ଏପରି ପ୍ରୟାସ ବୋଲି ସଂଗଠନର ସଭାପତି ମାନସ ରଂଜନ ଧଳ କହିଛନ୍ତି । ବୃକ୍ଷରୋପଣ ସହିତ ବିଭିନ୍ନ ସ୍ଥାନରେ ସଫେଇ କରିବା ଓ ସାନିଟାଇଜ୍ ମଧ୍ୟ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂପାଦକ ସୁବାଶିଷ ମାନସ ରଂଜନ ରାଉଳ, ସୁଜିତ୍ କାମିଳା, ଗୋପିକୃଷ୍ଣ ପ୍ରଧାନ, ଗଗନବିହାରୀ ସାହୁ, ଦେବୀଦାସ ପଣ୍ଡା, ହେମନ୍ତ ପାତ୍ର, ବିଶ୍ୱଜିତ୍ କରଣ, ସୁଶାନ୍ତ ସାହୁ, ଚିନ୍ମୟ ରାଉଳ, ତପନ ଧଳ, ଚିନ୍ମୟ ପ୍ରମାଣିକ, ଚନ୍ଦନ ଜେନା, ରାମଚନ୍ଦ୍ର ଦତ୍ତ, ପ୍ରଶାନ୍ତ ବେହେରା ପ୍ରମୁଖ ଯୋଗ ଦେଇଥିଲେ ।