ବିଦ୍ୟୁତ୍ ସଂସ୍ପର୍ଷରେ ଆସି ୧ ମୃତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ମାଳିପାଳ ଗାଁର କଟିଆ ଦତ୍ତଙ୍କ ଏକମାତ୍ର ପୁଅ ପୂର୍ଣ୍ଣ ଦତ୍ତ(୨୦) ଗାଁ ମୁଣ୍ଡରେ ଥିବା ଜଳଖିଆ ଦୋକାନ କରି ପରିବାର ପ୍ରତିପୋଷଣ କରି ଆସୁଥିଲା । ଆଜି ସକାଳେ ବିଦ୍ୟୁତ୍ କଟ୍ ର କାରଣ ଜାଣିବାଲାଗି ମରାମତି କରୁଥିବା ବେଳେ ବିଦ୍ୟୁୂସ୍ ସଂସ୍ପର୍ଷରେ ଆସିଥିଲା । ସେଠାରୁ ଗୁରୁତର ଅବସ୍ଥାରେ ହାତୀଗଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ତାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ତାଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଥିଲା । ସେଠାରେ ପୂର୍ଣ୍ଣର ମୃତ୍ୟୁ ଘଟିଥିବା ଜଣାଯାଇଛି । ତାଙ୍କର ଏକମାତ୍ର ନାବାଳକ ଶିଶୁ ଓ ବିଧବା ପତ୍ନୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ ହେଉଛି ।