ବିଦ୍ୟୁତ୍ ସଂଯୋଗ ନଥାଇ ଆସୁଛି ବିଲ : କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ମ୍ୟୁନିସିପାଲଟିର ୧୦ନଂ ୱାର୍ଡ ଶାନ୍ତିଆ ଗାଁର କେତେକ ବ୍ୟକ୍ତିଙ୍କ ଘରକୁ ସୌଭାଗ୍ୟ ଯୋଜନାରେ ବିଦ୍ୟୁତ୍ ସଂଯୋଗ ହୋଇଛି । ଗତ ୩ ମାସ ଧରି ମିଟର ଓ ମେନ୍ ସୁଇଚ୍ ଲଗାଯାଇଥିବା ବେଳେ ଖୁଣ୍ଟରୁ ବିଦ୍ୟୁତ୍ ସଂଯୋଗ ହୋଇ ନାହିଁ । ଏଣେ ୩ ମାସର ବିଦ୍ୟୁତ୍ ବିଲ ଲାଗିଥିବାରୁ ଏ ସଂପର୍କରେ ରଂଜନ ପାତ୍ର, ଦୁଲାଲ ରଣା, ଗୋପିନାଥ ଅଣ୍ଡିଆ, ଛବି ଦେହୁରୀ, ଆରତୀ ଦେହୁରୀ, କିରଣ ଜେନା, ଉତ୍ତମ ଦାସ ପ୍ରମୁଖ ଆଜି ନେସ୍କର ଏସ୍‌ଡିଓଙ୍କୁ ଏ ସଂପର୍କରେ ଜଣାଇଛନ୍ତି । ଏଥିଲାଗି ବିଦ୍ୟୁତ୍ ବିଲ ସଂଶୋଧନ କରିବାକୁ ଦାବି ହୋଇଛି ।