ବିଦ୍ୟୁତ୍ ଶୁଳ୍କ ପ୍ରତିହାର ଦାବିରେ ସାମ୍ବାଦିକ ସମ୍ମିଳନୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟ ସରକାର ହଠାତ୍ ବିଦ୍ୟୁତ୍‌ଶୁଳ୍କ ବୃଦ୍ଧି କରିବାଲାଗି ନିଷ୍ପତ୍ତି କରିଥିବାରୁ ଜଳେଶ୍ୱରର ନେସ୍କୋ ବିଦ୍ୟୁତ୍ ଉପଭୋକ୍ତା ମଞ୍ଚ ଓ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି । କରୋନା ମହାମାରୀ ଯୋଗୁଁ ଜନସାଧାରଣ ନିଜର ଜୀବନ ଜୀବିକା ହରାଉଥିବା ବେଳେ ହଠାତ୍ ରାଜ୍ୟ ସରକାର ସେପ୍ଟେମ୍ବର ମାସରେ ୟୁନିଟ୍ ପିଠା ୨୦ ପଇସା ଓ ଏପ୍ରିଲ ୪ ଚାରି ତାରିଖରେ ପୁଣି ୩୦ ପଇସା ବୃଦ୍ଧି କରି ଜନସାଧାରଣଙ୍କୁ ଶୋଷଣ କରିଛନ୍ତି । ବଡବଡ ବ୍ୟବସାୟୀ ଓ କଳକାରଖାନା ଉପରେ ହଜାର ହଜାର କୋଟି ଟଙ୍କା ବିଦ୍ୟୁତ୍ ଟିକସ ଆଦାୟ ହେଉନଥିବା ବେଳେ ଟିକସ ଦେଇ ଆସୁଥିବା ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ ଶ୍ରେଣୀର ପରିବାର ଉପରେ ଅଧିକ ଟିକସ ଲଗା ଯାଇଛି । ଘରୋଇ ବିଦ୍ୟୁତ୍ ଯୋଗାଣ କଂପାନୀମାନେ ଆଇନ୍ ଉଲଙ୍ଘନ କରି ଆସୁଥିବା ବେଳେ ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ନିୟମିତ ବିଦ୍ୟୁତ୍ ସେବା ଯୋଗାଇବା, ଘୋଷିତ ଓ ଅଘୋସିତ ବିଦ୍ୟୁତ୍‌ କାଟ ବନ୍ଦ କରିବା, ବର୍ଦ୍ଧିତ ଶୁଳ୍ପ ପ୍ରତ୍ୟାହାର କରିବା ନେଇ ଆଜି ୨ଟି ସଂଗଠନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଶୋଷଣର ନଗ୍ନ ଚିତ୍ର ଦର୍ଶାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଶଶାଙ୍କ ଶେଖର ମହାନ୍ତି, ଭାସ୍କର ଚନ୍ଦ୍ର ମିଶ୍ର, ଦିଲ୍ଲିପ ଗିରି, ସିତାଂଶୁ ସେନାପତି, ଅରୁଣ କୁମାର ବେଜ, ଓ ଜିତାଂଶୁ ସେଖର ନନ୍ଦୀ ଉପସ୍ଥିତ ଥିଲେ । ଏହି ସମସ୍ୟାର ସମାଧାନ ନ ହେଲେ ଆସନ୍ତା ୫ତାରିଖରେ ନେସ୍କ କାର୍ଯ୍ୟାଳୟ ଘେରାଓ ହେବ ବୋଲି ସାମ୍ବାଦିକ ମାନଙ୍କୁ ସୂଚନା ଦିଆଯାଇଛି ।