ବିଦାୟୀ ଜିଲା ଶିକ୍ଷାଧିକାରୀଙ୍କୁ ଦୀନକୃଷ୍ଣ ଉଚ୍ଚ ବିଦ୍ୟାଳୟରେ ସମ୍ବର୍ଦ୍ଧନା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱରର ବିଦାୟୀ ଜିଲା ଶିକ୍ଷାଧିକାରୀ ରଂଜନ କୁମାର ଗିରିଙ୍କ ଅନ୍ୟତ୍ର ବଦଳି ହୋଇଥିବାରୁ ଖୁଆଡ ସ୍ଥିତ ଦୀନକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏଥିରେ ପୂର୍ବତନ ଛାତ୍ରସଂଘର ସଭାପତି ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଚନ୍ଦ୍ରମୋହନ କାପୁଡି ସଭାପତିତ୍ୱ କରିଥିଲେ । ବିଧାୟକ ଅଶ୍ୱିନୀ କୁମାର ପାତ୍ର ଅତିଥିଭାବେ ଯୋଗ ଦେଇ ରଂଜନ କୁମାର ଗିରି ଶିକ୍ଷାଧିକାରୀ ଥିବା ବେଳେ ବାଲେଶ୍ୱର ଜିଲା କ୍ରମାନ୍ନୟରେ ମୋ ସ୍କୁଲ ଅଭିଯାନକୁ ସଫଳ କରାଇବାରରେ ପ୍ରମୁଖ ଭୂମୀକ ଗ୍ରହଣ କରିଛନ୍ତି । ଏ ମାଟିର ପୁଅ ହିସାବରେ କାର୍ଯ୍ୟନିର୍ବାହ କରିଥିବାରୁ ସମସ୍ତେ ତାଙ୍କୁ ଅନୁସରଣ କରିବାକୁ କହିଥିଲେ । ଅନ୍ୟତମ ଅତିଥିଭାବେ ଫକୀରମୋହନ ମହାବିଦ୍ୟାଳୟର ଉପାଧ୍ୟକ୍ଷ ରାଖାଲ ଚନ୍ଦ୍ର ଘଡେଇ, ପ୍ରାପ୍ତନ ଅଧ୍ୟକ୍ଷ ଗଣେଶ୍ୱର ଭୋଇ, ଅଧ୍ୟାପକ ବଳରାମ ଦାସ ପ୍ରମୁଖ ଶ୍ରୀ ଗିରିଙ୍କୁ ଜଣେ ବିଦ୍ୱାନ, ଶିକ୍ଷାପ୍ରେମୀ, ଅନୁଷ୍ଠାନ ପ୍ରେମୀ, ଛାତ୍ରବତ୍ସଲ୍ୟ ଓ ଜଣେ ପ୍ରଶାସକଭାବେ ଅବିହିତ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୀନବଂଧୁ ଦାସ, କସ୍ତୁରବା ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ନିବେଦିତା ନାୟକ, ପୂରାତନ ଛାତ୍ରସଂଘର ସଂପାଦକ ଶରତ କୁମାର ଚନ୍ଦ ଉପସ୍ଥିତ ଥିଲେ । ଶ୍ରୀ ଗିରି ସମ୍ବର୍ଦ୍ଧନାର ଉତ୍ତରରେ ବାଲେଶ୍ୱର ଜିଲା ଶିକ୍ଷକ, ଶିକ୍ଷାବିତ୍ ମାନଙ୍କ ସହଯୋଗ ଓ ପ୍ରେରଣା ତାଙ୍କର ମନେ ରହିବ ବୋଲି କହି ମୋ ସ୍କୁଲ ଅଭିଯାନ ପାଇଁ ୧୦ହଜାର ଟଙ୍କା ପ୍ରଦାନ କରିଥିଲେ । ଅନ୍ୟପକ୍ଷରେ ବଳରାମ ଦାସ ଅନ୍ୟ ୧୦ହଜାର ଟଙ୍କା ଦେବାର ପ୍ରତିଶ୍ରୁତି ଦେଇଥିଲେ ।

ରିପୋର୍ଟ : ଭୂପତି ପରିଡା