ବିଜେପି ପକ୍ଷରୁ ୩ଟି ଥାନାରେ ଏଫଆଇଆର ପ୍ରଦାନ…

ଛତ୍ରପୁର (ସମୃଦ୍ଧ ଓଡିଶା) ରାଜ୍ୟ ବିଜେପି ଦଳର ନିର୍ଦ୍ଦେଶ କ୍ରମେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ହଡପ ଓ ଚଞ୍ଚକତା କରୁଥିବା ନେଇ ନବୀନ ସରକାରଙ୍କ ବିରୁଦ୍ଧରେ ଆଜି ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କରଙ୍କ ନେତୃତ୍ୱରେ ଦଳୀୟ ନେତା ଓ କର୍ମୀମାନେ ଉପସ୍ଥିତ ରହି ଛତ୍ରପୁର ଥାନାରେ ଏକ ଏଫଆଇଆର ପ୍ରଦାନ କରାଯାଇଛି । ଏହି ଏଫଆଇଆର ପ୍ରଦାନ ବେଳେ ଛତ୍ରପୁର ଓକିଲ ସଂଘର ସଭାପତି ପ୍ରଦୀପ କୁମାର ପାଢୀ, ଆଇନଜିବୀ ଗଙ୍ଗାଧର ପଣ୍ଡା ଓ ଚୈତନ୍ୟ ପ୍ରଧାନ, ପୂର୍ବତନ ଉପନଗରପାଳ ବସନ୍ତ କୁମାର ବେହେରା, ସମ୍ପଦ ନାହାକ ଓ ଭିକାରୀପଲ୍ଲୀ ମଣ୍ଡଳର ସଭାପତି ପଦ୍ମଚରଣ ପରିଡାଙ୍କ ସମେତ ବହୁ ଦଳୀୟ କର୍ମଚାରୀ ଉପସ୍ଥିତ ରହିଥିଲେ । ସେହିପରି ରମ୍ଭା ଓ ଗଞ୍ଜାମ ଥାନାରେ ମଧ୍ୟ ବିଜେପି ପକ୍ଷରୁ ଏଫଆଇଆର ପ୍ରଦାନ କରାଯାଇଛି । ଏଥିରେ ମଧ୍ୟ ବହୁ ବିଜେପି କର୍ମୀ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା