ବିଜେପିର ସାଙ୍ଗଠନିକ ବୈଠକ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ଗଞ୍ଜାମ ସ୍ଥିତ ଚୌଧୁରୀ ନିକଟସ୍ଥ ବିଜେପି ସାଙ୍ଗଠନିକ ବୈଠକ ଉପସଭାପତି ରଶ୍ମିରାଣୀ ମହାପାତ୍ରଙ୍କ ବାସ ଭବନରେ ଭାରତୀୟ ଜନତା ପାର୍ଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ଅନୁସୂଚିତ ଜାତି ମୋର୍ଚାର ସମ୍ପାଦକ କିର୍ତ୍ତନ ଦାସ, ଜିଲ୍ଲା ଉପସଭାପତି (ଗଞ୍ଜାମ ଜିଲ୍ଲା) ରଶ୍ମିରାଣୀ ମହାପାତ୍ର, ସନ୍ତୋଷପୁର ମଣ୍ଡଳ ପୂର୍ବତନ ମଣ୍ଡଳ ସଭାପତି ଶ୍ରୀଧର ବାଡତ୍ୟା, ବିଜେପିର ବରିଷ୍ଠ ନେତା ସୁରେନ୍ଦ୍ର ସାହୁ, ସାନରାମଚଦ୍ରପୁରର ବିଳାଶ କୁମାର ନାହାକ, ଝାରେଡୀ ରାଧା ଗୋବିନ୍ଦପୁରର ସଂପଦ ନାହାକ ଓ ମିହିର ନାହାକ, ପାଳିବନ୍ଧ ପଞ୍ଚାୟତର ନିରାକାର ଜେନା, କାଇଁଚପୁର ପଞ୍ଚାୟତର ଶରତଚନ୍ଦ୍ର ମହାପାତ୍ର, ମଲ୍ଲାଡ ପଞ୍ଚାୟତର ଚିତ୍ତରଞ୍ଜନ ମଲ୍ଲିକ ଓ ସବର ସାହୁ, ଗଞ୍ଜାମ ଏନଏସିର ପୂର୍ବତନ ମଣ୍ଡଳ ସଭାପତି ସୁଦାମ ଚରଣ ଜେନା, ସନ୍ତୋଷପୁର ପଞ୍ଚାୟତର ମହେଶ୍ୱର ଦାସ, କାଇଁଚପୁର ପଞ୍ଚାୟତର ରାଜା ରାଓ ରେଡି, ସୁବଳୟା ପଞ୍ଚାୟତର ମହୋନ ନାୟକ ଓ ଅନ୍ୟ ମାନେ ଯୋଗ ଦେଇଥିଲେ । ଆଗାମୀ ତା-୨୯-୦୧-୨୦୨୩ରିଖ ରବିବାର ସମୟ ୧୧ଘଣ୍ଟା ସମୟରେ ମଲ୍ଲାଡ ପଞ୍ଚାୟତରେ ମାଁ ଚାମୁଣ୍ଡା ପ୍ରାଙ୍ଗଣରେ ଭାରତୀୟ ଜନତା ପାର୍ଟିର ବନ୍ଧୁମିଳନ ଉତ୍ସବ ପାଳନ ହେବା ପାଇଁ ପ୍ରସ୍ତୁତି ବୈଠକ । ଆସନ୍ତା ତା-୨୯-୦୧-୨୦୨୩ରିଖ ଦିନ ଭାରତୀୟ ଜନତା ପାର୍ଟିର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ରାଜ୍ୟ ଓ ଜିଲ୍ଲା ସ୍ତରୀୟ ନେତାମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଆଜିର ଏହି ବୈଠକ ଜିଲ୍ଲା ଉପସଭାପତି ରଶ୍ମିରାଣୀ ମହାପାତ୍ରଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିଲା ବୋଲି ଜଣାଯାଇଛି ।