ବିଜେଡିର ନିର୍ବାଚନୀ ସଭା ଅନୁଷ୍ଠିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ରାଜପୁର ପଞ୍ଚାୟତରେ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଛି । ଏଥିରେ ବିଧାୟକ ଅଶ୍ୱିନୀ ପାତ୍ର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମଙ୍କ ୬୪ଟି ଜନକଲ୍ୟାଣ ଯୋଜନା ସଂପର୍କରେ ଉପସ୍ଥିତ ଜନସାଧାରଙ୍କୁ କହିଥିଲେ । ରାଜ୍ୟରେ ନବୀନଙ୍କ ବିକଳ୍ପ ନାହିଁ ଆଗାମୀ ଦିନରେ ନବୀନ ସରକାରଙ୍କୁ ଅଧିକ ଦୃଢ କରିବାଲାଗି ପଞ୍ଚାୟତ ନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କୁ ଜିତାଇବାକୁ କହିଥିଲେ । ଏଥିରେ ପଞ୍ଚାୟତ ସଭାପତି ମଧୁସୂଦନ ପାଳ, ଜିଲାପରିଷଦ ପ୍ରାର୍ଥୀନୀ ଅନୁସୂୟା ପ୍ରଧାନ, ସରପଞ୍ଚ ପ୍ରାର୍ଥୀନୀ ଦମୟନ୍ତୀ ଭୂୟାଁ, ସମିତି ସଭ୍ୟା ଦେବଯାନୀ ବିଶ୍ୱାଳ, ସୁହାନା ବିବି, ସୁରଜିତ ଘୋଷ, ହାସିରୁଦ୍ଦିନ ବକ୍ସ, ସେକ୍ ଇଶାକ୍‌, ସେକ୍ ଜଲିଲ, ସେକ୍ ଇସ୍‌ଆଲ ଅଲ୍ଲି, କରୁଣାକର ଭୂୟାଁ, ଦୁର୍ଗା ଭୂୟାଁ, ଜୟଦେବ ବିଶ୍ୱାଳ, ହାଜିର ମହମ୍ମଦ, ଫାରୁଖ ଖାଁ, ସେକ୍ ସଫିରୁଦ୍ଦିନ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି ପରିଡା