ବାହାନଗା ଟ୍ରେନ ଟ୍ରାଜେଡି: ମମତା ବୈଷ୍ଣବ କଥା କଟାକଟି

ବାହାନଗା(ସମୃଦ୍ଧଓଡିଶା)ବାହାନଗା ଦୁର୍ଘଟଣା ସ୍ଥଳରେ ମମତା-ବୈଷ୍ଣବ କଥା କଟାକଟି ହୋଇଛି ଏକ ସାଧାରଣ କଥାକୁ ନେଇ। ମୃତ୍ୟୁ ସଂଖ୍ୟା ୫ଶହ ହେବ ବୋଲି କହିଥିଲେ ପଶ୍ଚିମବଙ୍ଗ ମୂଖ୍ୟମନ୍ତ୍ରୀ ମମତା ବାନାର୍ଜୀ କିନ୍ତୁ ଏହା ୫ଶହ ନୁହେଁ, ମୃତ୍ୟୁ ସଂଖ୍ୟା ୨୩୮ ବୋଲି କହିଥିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଠିକ ଭାବରେ ଗଣତି କର ଆହୁରି ୩ଟି ବଗିରେ ମୃତଦେହ ପଡ଼ିରହିଛି ବୋଲି କହିଥିଲେ ପଶ୍ଚିମବଙ୍ଗ ମୂଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏହାକୁ ନେଇ ବେଶ ହାସ୍ୟ ରୋଳ ସୃଷ୍ଟି ହୋଇଥିଲା ସେହି ଦୁଃଖଦ ସ୍ଥଳରେ । ପଶ୍ଚିମବଙ୍ଗ ମୂଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୫ ଲକ୍ଷ ଟଙ୍କା ମୃତକଙ୍କ ପରିବାରକୁ ଓ ଆହତ ବ୍ୟକ୍ତିଙ୍କୁ ପଚାଶ ହଜାର ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି ।

ରିପୋର୍ଟ : ପ୍ରଭାତ କୁମାର ବେହେରା