ବାହନଗା ରେଳ ଦୁଘଟଣା : ସିବିଆଇ କରୁଛି ଛାନଭିନ

ବାଲେଶ୍ୱର(ସମୃଦ୍ଧ ଓଡିଶା)ଗତ ଶୁକ୍ରବାର ୨ ଜୁନ ଦିନ ସନ୍ଧ୍ୟା ୭ ଟା ସମୟରେ ବାହାନଗାରେ ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ୨୭୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨୦୮ ଲୋକ ଆହତ ହୋଇଥିଲେ। ୧୦୦୯ରୁ ଅଧିକ ଆହତ ଡିସ୍‌ଚାର୍ଜ ହୋଇସାରିଥିବା ବେଳେ ଅନ୍ୟମାନେ ବିଭିନ୍ନ ହସ୍‌ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଏହାସହ ଚିହ୍ନଟ ପରେ ସମ୍ପର୍କୀୟମାନଙ୍କୁ ମୃତଦେହ ହସ୍ତାନ୍ତର କରାଯାଉଛି। ତେବେ ଏହି ଦୁର୍ଘଟଣା ମନୁଷ୍ୟକୃତ ନା ଯାନ୍ତ୍ରିକ ତ୍ରୁଟି ସେ ନେଇ ସନ୍ଦେହ ଉପୁଜିବାରୁ ନିଜେ ରେଳ ମନ୍ତ୍ରୀ ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲେ। ଆଜି ସିବିଆଇର ଦଶ ଜଣିଆ ଟିମ ବାହନଗାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ଗତକାଲି ଖୋର୍ଦ୍ଧା ଡି ଆର ଏମ ବିସ୍ଫୋରକ ବୟାନ ଦେଇ ସମସ୍ତଙ୍କୁ ସନ୍ଦେହ ଘେରରେ ପକାଇ ଦେଇଛନ୍ତି । ସେ ଫିଜିକାଲି ଟାମ୍ପରିଂ ଯୋଗୁ ଘଟିଛି ଏତେବଡ଼ ବାହାନଗା ଦୁର୍ଘଟଣା ବୋଲି କହିଛନ୍ତି ।