ବାଦ ପାଲା ଉଦଯାବିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଳକ ଅନ୍ତର୍ଗତ ଷଡ଼ଙ୍ଗୀ ଗ୍ରାମରେ ଗତ ୨ ତାରିଖରେ ଆରମ୍ଭ ହୋଇଥିବା ବାଦ ପାଲା ଏପ୍ରିଲ ୬ ତାରିଖ ରାତିରେ ଉଦଯାବିତ ହୋଇଯାଇଛି । ପାଲା କମିଟିର ସଭାପତି ବୈଷ୍ଣବ ଚରଣ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ପାଲା କାର୍ଯ୍ୟକ୍ରମରେ ଗ୍ରାମର ବରିଷ୍ଠ ସମାଜସେବୀ ନବକିଶୋର ବେହେରା, ସମାଜ ସେବୀ ଆକୁଳ ଚନ୍ଦ୍ର ପୋଥାଳ, ବିଶ୍ୱର ପୋଥାଳ, ନଟବର ଗୁରୁଙ୍କ ସମେତ ପାଲା କମିଟିର ସମସ୍ତ ସଭ୍ୟ ଓ ଷଡ଼ଙ୍ଗୀ ଗ୍ରାମବାସୀଙ୍କ ଅକୁଣ୍ଠ ସହଯୋଗରେ ପାଲା କାର୍ଯ୍ୟକ୍ରମ ଶେଷ ହୋଇଛି । ବିଦାୟ ରଜନୀରେ ଗାୟକ ପ୍ରସନ୍ନ ପଟ୍ଟନାୟକ ପାଲା ପରିବେଷଣରେ ଦର୍ଶନ ଶାସ୍ତ୍ର, ତାତ୍ତ୍ବିକ ଆଲୋଚନା, ଛାନ୍ଦ, ଚଉପଦୀ ମଞ୍ଚକୁ ପ୍ରଭାବିତ କରିଥିଲା । ଏଥି ସହିତ ଗାୟକ ହରିହର ଜେନାଙ୍କ ଭାବଗତ ଆଲୋଚନା ମଞ୍ଚକୁ ପ୍ରଭାବିତ କରିଥିଲା । ବିଶେଷ ଭାବରେ କଳା ପ୍ରେମୀ, ସାହିତ୍ୟିକ ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ସାହୁ, ସାହିତ୍ୟିକ ରମାକାନ୍ତ ସାହୁ, ବେଣୁଧର ବାରିକ୍ ବିଜୟ କୁମାର ବରାଳ, ମଙ୍ଗୁଳି ଚରଣ ବେହେରା, ସାରଙ୍ଗଧର ବିହାରୀ, କୃଷ୍ଣଚନ୍ଦ୍ର ସାହୁ, ବିଜୟ କୁମାର ମିଶ୍ର ପ୍ରତ୍ୟେକ ରଜନୀରେ ପାଲା ଦେଖିବାକୁ ଆସିଥିଲେ । ଆଖପାଖ ଅଞ୍ଚଳରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।