ବର୍ଷା ଓ ବନ୍ୟା ବିପତ୍ତିକୁ ନେଇ କଂଗ୍ରେସର ପ୍ରେସ୍‌ମିଟ୍‌ : ଦୁର୍ଗତ ଅଂଚଳରେ ପଲିଥିନ ଓ ଶୁଖିଲା ଖାଦ୍ୟ ପ୍ରଦାନକୁ ଗୁରୁତ୍ୱ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ଅଂଚଳରେ ୪୫୦ ମିମିରୁ ଅଧିକ ବର୍ଷା ହୋଇଥିବା ବେଳେ ବିଭିନ୍ନ ତଳିଆ ପଞ୍ଚାୟତ ଗୁଡିକରେ ଲୋକଙ୍କ ଘରେ ବର୍ଷାପାଣି ପଶିଛି । ଗରିବଙ୍କ ଘରେ ପାଣି ପଡି ଚୁଲି ଜଳିପାରୁନାହିଁ । ଶହ ଶହ ଲୋକ ଏପରି ଦୁର୍ଗତ ଅବସ୍ଥାରେ ଥିବା ବେଳେ ପ୍ରଶାସନ ଲୋକଙ୍କଠାରେ ପହଞ୍ଚିପାରିନାହିଁ ବୋଲି କଂଗ୍ରେସସ ପକ୍ଷରୁ ଆହୁତ ପ୍ରେସ୍‌ମିଟ୍‌ରେର ଉଦ୍‌୍‌ବେଗ ପ୍ରକାଶ କରାଯାଇଛି । ସମ୍ପତ୍ତିଆ, ନହରା, ସୁଗୋ, ଖାଲିନା, ନାମ୍ପୋ, ବାଇଗଣ ବାଡିଆ, ଝାଡପିମ୍ପଳ, ପଶ୍ଚିମବାର୍ଡ, ଦେବକୁମାର, ଆରୁହା, ଗୋପିମୋହନପୁର, ରାୟାଁରାମଚନ୍ଦ୍ରପୁର, ପାଇକସିଦା ଇତ୍ୟାଦି ପଂଚାୟତର ଅବସ୍ଥା ଶୋଚନୀୟ ବୋଲି ଗତ ୨ ଦିନ ଧରି କଂଗ୍ରେସର ଏକ ଟିମ୍ ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସଙ୍କ ନେତୃତ୍ୱରେ ବୁଲି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ଛପର ନଷ୍ଟ ହୋଇ ଘରେ ପାଣି ପଡୁଥିବାରୁ କେତେକ ପରିବାର ଅନ୍ୟ ଘରର ଓଳିରେ କିମ୍ବା ସ୍କୁଲ ଘରେ ମୁଣ୍ଡ ଗୁଞ୍ଜିଥିବା ବେଳେ ସେମାନଙ୍କ ପାଖରେ ଖାଦ୍ୟ ନଥିବାର ଶ୍ରୀ ଦାସ କହିଛନ୍ତି । ଅତିଶୀଘ୍ର ପଲିଥିନ ଯୋଗାଇବା ସହିତ ଜଳେଶ୍ୱର ବ୍ଲକ ଓ ପୌରପାଳିକାର ଜଳନିଷ୍କାସନ ଲାଗି ମାଷ୍ଟରପ୍ଲାନ ଲାଗି ଦାବି କରରିଛନ୍ତି । ସେହିପରି ସୁବର୍ଣ୍ଣରେଖା ସଂସ୍କାର ଯୋଜନା କାର୍ଯ୍ୟକାରି ନ କରି ରାଜ୍ୟ ଓ କେନ୍ଦ୍ର ସରକାର ଲୋକଙ୍କୁ ଭୁୁଆ ବନାଇ ଚାଲିଛନ୍ତିି ବୋଲି ସେ ଅଭିଯୋଗ କରିବା ସହିତ ଆଗାମୀ ଦିନରେ ଜନଆନ୍ଦୋଳନ କରିବେ ବୋଲି କହିଛନ୍ତି । ଏହିି ସମ୍ବାଦଦାତା ସମମ୍ମିଳନୀରେ କଂଗ୍ରେସ ବ୍ଳକ ସଭାପତି ରାଜୀବ ପରିଡା, ପୌରପାଳିକା ସଭାପତି ଗିରିିଜା ଶଂକର ଦାସ, କିଷାନ ସଭାପତି ସୁଦାମ ପାତ୍ର, ଜିଲା ସଂପାଦକ ହେମନ୍ତ ଗିରି, ଜଗଦୀଶ ନନ୍ଦି, ଗୋପାଳ କୃଷ୍ଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି ପରିଡା