ପ୍ଲଜମା ଦାନ ଲାଗି ଜଳେଶ୍ୱରରୁ ୫ଜଣ ଯୁବକଙ୍କ କଟକ ଗସ୍ତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସାମ୍ପ୍ରତିକ କରୋନା ମୁକାବିଲା ଲାଗି ପ୍ଲଜମା ଥିରାପି ଏକମାତ୍ର ଉପାୟ ହୋଇଥିବା ବେଳେ ଆଜି ଜଳେଶ୍ୱର ଅଂଚଳରୁ ୫ଜଣ ଯୁବକ ପ୍ଲାଜମା ଦାନ କରିବାଲାଗି କଟକ ଯାତ୍ରା କରିଛନ୍ତି । କରୋନା ରୋଗରୁ ରକ୍ଷା ପାଇବା ପାଇଁ ଏଯାବତ୍ କୌଣସି ଔଷଧ ବାହାରିନଥିବା ବେଳେ ଏହାର ଏକମାତ୍ର ବିକଳ୍ପ ପ୍ଲାଜମା ଥେରାପି ହୋଇଥିବାରୁ ସମଗ୍ର ଦେଶରେ ଏପରି ବ୍ୟବସ୍ଥା କରାଯାଇଛି । ଯେଉଁ ଯୁବକମାନେ କରୋନା ରୋଗରୁ ଭଲ ହୋଇଥିବେ ସେହିମାନେ କେବଳ ଏହି ପ୍ଲଜମା ଦେଇପାରିବେ । ଏହି ପ୍ଲାଜମାକୁ ଅନ୍ୟ ଯେକୌଣସି ଗୁରୁ ତର ୨ ରୋଗୀଙ୍କୁ ଦେଇ କରୋନା ରୋଗରୁ ରକ୍ଷା କରାଯାଇପାରିବ । ଆଜି ଚନ୍ଦନ କୁମାର ଦାସ, ନନ୍ଦନ କୁମାର ଦତ୍ତ, ଅରବିନ୍ଦ ଜେନା, ପଦ୍ମଲୋଚନ ବେହେରା, ବାଦଲ ଦାସ ପ୍ରମୁଖଙ୍କୁ ଟେକ୍‌ନିସିଆନ୍ ଦେବାଶିଷ ଦତ୍ତ ସାଥିରେ ନେଇ କଟକ ଅଭିମୁଖେ ଯାତ୍ରା କରିଛନ୍ତି । ଜଳେଶ୍‌ବର ଡାକବଂଗଳାଠାରେ ବିଧାୟକ ଅଶ୍ୱିନୀ କୁମାର ପାତ୍ର ସେମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଏପରି ଏକ ମହାମାରୀ ସମୟରେ ସହାୟତା କରୁଥିବାରୁ ତାଙ୍କୁ କୃତଜଜ୍ଞତା ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାନସ ଜେନା, ପ୍ରତୀପ ପ୍ରଧାନ, ଭୂବପତି ମିର୍ଦ୍ଧା, ବିଜୟ କାମିଳା, ଶଂକର ଘୋଷ, ଅର୍ଚ୍ଚନା ଗିରି, ଅଶୋକ ପାତ୍ର, ଅନନ୍ଦ କର, ସଂଜିବ ପାଳ ପ୍ରମୁଖ ଉପସ୍ଥିତ ଥିଲେ ।