ପ୍ରଧାନମନ୍ତ୍ରୀଙ୍କ ୭୧ତମ ଜନ୍ମ ଦିବସରେ ଦିପ ଦାନ ଓ ଫଳ ବଣ୍ଟନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଭାରତମାତାର ସୁଯୋଗ୍ୟ ସନ୍ତାନ, କୋଟି କୋଟି ଭାରତୀୟଙ୍କ ମଉଡମଣି, ଯଶସ୍ୱୀ ପ୍ରଧାନମନ୍ତ୍ରୀ ସମ୍ମାନୀୟ ନରେନ୍ଦ୍ର ମୋଦି ଜୀଙ୍କ ୭୧ତମ ଜନ୍ମ ଦିବସ ଅବସରରେ ଅନେକ ଅନେକ ଶୁଭେଚ୍ଛା l ଆପଣ ନିରନ୍ତର ଭାବେ ଭାରତମାତାର ସେବା କରିବା ସହିତ ସମଗ୍ର ବିଶ୍ୱର ନେତୃତ୍ୱ ନିଅନ୍ତୁ ଏତିକି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି l ଏହି ଅବସରରେ ଆଜି ବ୍ରହ୍ମପୁର ସହରରେ ବିଭିନ୍ନ ସ୍ଥାନରେ ସ୍ୱଚ୍ଛ ଭାରତ ସହ ମୋଦିଜିଙ୍କ ଦୀର୍ଘ।ୟୁ କାମନା କରି ଦୀପଦାନ ଓ ଭିନ୍ନକ୍ଷମ ପିଲାଙ୍କୁ ଫଳ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା  l ଏହି ଅବସରରେ ବିଜେପି ପୂର୍ବତନ ସଭାପତି କାହ୍ନୁ ଚରଣ ପତି, ରାମ ପାତ୍ର, ପ୍ରଭାତ ଷଡଙ୍ଗୀ, କିରଣ କୁମାର ସାହୁ, ମଧୁ ସାହୁ, ଏସ ରାଣୀ, ଚନ୍ଦନ ସାହୁ, କମଳ ପାତ୍ର, ଏସ. ଶ୍ରୀନିବାସ, କୁନି ଦାସ, ମନୋଜ ମହାରଣାଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତ। ଅଂଶ ଗ୍ରହଣ କରିଥିଲେ  l 

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା