ବିଶେଷ ଆଭାସୀ ଆଲୋଚନା :ପୃଥିବୀ, ଜୀବ, ମଣିଷ ଓ ଧର୍ମର ସୃଷ୍ଟି

ଭୁବନେଶ୍ଵର : ଥିଙ୍କର୍ସ୍ କ୍ଳବ ର୍ ୩୧ ତମ ଆଭାସୀ ଆଲୋଚନା ଅଷ୍ଟ୍ରେଲିଆ ଓଡ଼ିଆ ସମାଜ ସହଯୋଗ ରେ ଶ୍ରୀ ବରଦା ଦାସଙ୍କ, ଅଧକ୍ଷତାରେ ଆୟୋଜନ ହୋଇଅଛି I ଏଥିରେ ବିଷୟ ବସ୍ତୁ ଥିଲା ‘ପୃଥୁବୀ, ଜିବ, ମାନବ ଓ ଧର୍ମର ସୃଷ୍ଟି’ I ବକ୍ତା ଡ୍ର ନନ୍ଦ ନନ୍ଦନ ଦାସ, ପୂର୍ବତନ ପୂର୍ତ ସଚିବ, ଏ ବିଷୟରେ କହିଥିଲେ ଯେ ୪୫୦ କୋଟି ବର୍ଷ ପୂର୍ବରୁ ପୃଥିବୀ ଜଳନ୍ତା ଅବସ୍ଥାରେ ସୂର୍ଯ୍ୟରୁ ବାହାରି ଥିଲା, କିନ୍ତୁ ଏହା କାହିଁକି ବୁଲି ଦିନ ରାତି ହୁଏ ତାହାର ନୂତନ ତଥ୍ୟ ଡ୍ର. ଦାସ କହିଥିଲେ I ଶହଶହ କୋଟି ବର୍ଷ ଜଳିବା ପରେ ଥଣ୍ଡା ହେବାରୁ ବାଷ୍ପ ଅବସ୍ଥାରୁ ତରଳ ଲାଭା ଅବସ୍ଥାକୁ ଆସିଲା I ତାହା ପୁଣି ଥଣ୍ଡା ହେବାରୁ କୋଟି କୋଟି ବର୍ଷ ପରେ କଠିନ ସ୍ଥଳ ଭାଗ ସୃତି ହେଲା ଓ ତରଳ ଲାଭା ପୃଥିବୀ ଅଭ୍ୟନ୍ତରଣରେ ରହିଲା I ପୃଥିବୀର ଉତ୍ତାପ ୧୦୦*C ରୁ କମିବା ପରେ ସେଠାରେ ପାଣି ସୃଷ୍ଟି ହେଲା I ପାଣି ବେଶିଦିନ ରହିବାରୁ ଶିଉଳି ଓ ବିଭିନ୍ନ ଯିବ ସୃଷ୍ଟି I ଯିବ ସୃଷ୍ଟି ପ୍ରାୟ ୩୫୦ କୋଟି ବର୍ଷ ପୂର୍ବେ ହୋଇଥିବା କୁହାଯାଏ I କୋଟି କୋଟି ବର୍ଷ ପରେ ଜଳସ୍ଥର, ସ୍ତଳସ୍ତର ଓ ଆକାଶ ରେ ବିଭିନ୍ନ ଯିବର ସୃଷ୍ଟି ହେଲା I ସ୍ଥଳ ଭାଗରେ ବାଘ, ହାତୀ, ପରି ଅନ୍ୟ ଯିବ ମାନଙ୍କର ଭୀତରେ ମଣିଷମାନେ ହିଂସ୍ର ଯିବ ଥିଲେ I କୁହାଯାଏ ପ୍ରାୟ ୩,୦୦,୦୦୦ ବର୍ଷ ପୂର୍ବେ ମଣିଷ ସୃଷ୍ଟି I ମଣିଷ ମାନଙ୍କର ମସ୍ତିକ ଉର୍ବର ଥିବାରୁ ପ୍ରାୟ ୨୦୦୦୦ ବର୍ଷ ପୂର୍ବରୁ ମାନବ ମାନେ ସଭ୍ୟ ହେବାକୁ ଲାଗିଲେ I ସେମାନେ ଦଳ ଦଳ ହୋଇ ଅନ୍ୟ ଯିବ ପରି ଯାଯାବର ଭାବେ ପୃଥିବୀର ଚାରି ଆଡେ ବୁଲିଲେ I ଅନ୍ୟ ଯିବ ଜନ୍ତୁ ପରି ସେମାନେ ପୃଥିବୀର ଜଳ, ମାଟି ଓ ବାୟୁ ଜନ୍ମ ଗତ ସମାନ ଅଧିକାର ଭାବେ କ୍ରମେ ଉପଭୋଗ କଲେ I ପରବର୍ତୀ ସମୟରେ ବିଭିନ୍ନ ଜାଗାରେ ରହି ଭାଷା, ଜାତି, ଧର୍ମ, ଦେଶର ସୀମା ଠିକ କଲେ ଓ ଏଥିପାଇଁ ବିଭିନ୍ନ ମତଭେଦ ହେବାରୁ ଦେଶ ଦେଶରେ ଯୁଦ୍ଧ, ସଂତ୍ରାସବାଦି, ଓ ଧର୍ମ ନାମରେ ପୃଥିବୀରେ ଅଶାନ୍ତି ସୃଷ୍ଟି କଲେ I ଧର୍ମ ଜାଗା ବିଶେଷରେ ଅଲଗା ଅଲଗା, ଏହା ଅନ୍ୟ ଜୀବମ୍।ନଙ୍କ୍ ମଧ୍ୟରେ ଦେଖା ଯାଏ ନାହିଁ I ଯେ ଜନ୍ମ ହୁଏ ସେ ମରେ, ଏହା ଧ୍ରୁବ ସତ୍ୟ, ଧର୍ମ ମଣିଷ କୃତ, ତେଣୁ ଏହା ଉପରେ ପୃଥିବୀରେ ଅଶାନ୍ତି ହେବା ଉଚିତ ନୁହେଁ I ପୃଥିବୀର ସବୁ ମଣିଷ ସମାନ, ମୁତ୍ୟୂ ସମସ୍ତଙ୍କର ହୁଏ, ତେଣୁ ସଂତ୍ରାସବାଦି, ଯୁଦ୍ଧ କଣ ପାଇଁ I ସେଥିପାଇଁ ସମସ୍ତେ ଜୀବିତ ଅବସ୍ଥାରେ ଭଲରେ ରହିବା ପାଇଁ ଜାତିସଂଘ ଓ ପ୍ରତ୍ୟେକ ଦେଶମାନେ ଚିନ୍ତା କରିବା ଉଚିତ I ଡ୍ର ଦାସ ବକ୍ତା ଭାବେ ଏପରି ଉଦାହରଣ ଦର୍ଶାଇ ପୃଥିବୀ, ଯିବ, ମାନବ ଓ ଧର୍ମ ସୃଷ୍ଟି ବିଷୟରେ କହି ଥିଲେ Iଅଷ୍ଟ୍ରେଲିଆ ଓଡ଼ିଆ ସମାଜ ର୍ ସଭାପତି ଡାକ୍ତର ନଳିନୀ ପତି ଅତିଥି ଭାବେ ଯୋଗ ଦେଈ ପରିବେଶ ତାପମାତ୍ରା ବୃଧି,ସ୍ଵ।ସ୍ଥ୍ୟ ବିଜ୍ଞାନ ସମ୍ପର୍କରେ ସୁଚନା ଦେଈଥିଲେ। ଅଷ୍ଟ୍ରେଲିଆ ରୁ ମମତ।ଜ଼୍ ଲେଙ୍କା ସଭାକୁ ସଞ୍ଜୋଜନା କରି ଥିଲେ ।ପୂର୍ବତନ କୁଳପତି ଶିବ ପ୍ରସାଦ ଅଧିକାରୀ ବିଜ୍ଞାନ ଓ ଅନ୍ଧ ବିଶ୍ଵାସ ସମ୍ପର୍କରେ କହିଥିଲେ ।ଥିଙ୍କର୍ସ୍ କ୍ଳବ ର୍ ସଭାପତି ବରଦା ଦାସ କହିଲେ ଯେ କୋଭିଡ଼୍ ଯୋଗୁ ବିଜ୍ଞାନ ଓ ଅନ୍ଧ ବିଶ୍ଵାସ ର୍ ପ୍ରଭେଦ ସିଖ୍ୟା ମିଳିଲା। ଡ୍ ବ୍ରଜ ନ୍।ୟକ ,ଉମାସଙ୍କର୍ ମିଶ୍ର,ବ।ଳ୍ମିକୀ ନାୟକ,ସୁବାସ ସାହୁ, ଆଲୋଚନାରେ ଭାଗ ନେଈଥିଳେ । ଵିଭୂଦତ୍ତ୍ ମହାନ୍ତି ସଭା ପରିଚଳନା କରିଥିଲେ ।ଆଗ୍ରହୀ ଳୋକେ ଥିଙ୍କର୍ସ୍ କ୍ଳବ ୟୁଟିୟୁବ୍ କୁ ଜାଇ ଦେଖି ପାରିବେ।

ବରଦା ଦାସ

ସଭାପତି :ଥିଙ୍କର୍ସ୍ କ୍ଳବ