ପୁଣି ମାର୍ଚ୍ଚ ୧୧ରୁ କେନ୍ଦୁପତ୍ର କର୍ମଚାରୀଙ୍କ ଆନ୍ଦୋଳନର ଚେତାବନୀ….

ପଦ୍ମପୁର (ସମୃଦ୍ଧ ଓଡିଶା) ପଦ୍ମପୁର ଉପଖଣ୍ଡ କେନ୍ଦୁପତ୍ର କର୍ମଚାରୀ ସଂଘ ଛଅ ଦଫା ଦାବି ସଂପର୍କରେ ପଦ୍ମପୁର ଏସିଏଫଙ୍କ ସହିତ ଆଲୋଚନା କରି ବିଫଳ ହୋଇଥିବାରୁ ଆସନ୍ତା ମାର୍ଚ୍ଚ ୧୧ ତାରିଖ ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପଦ୍ମପୁର ଉପଖଣ୍ଡ କେନ୍ଦୁପତ୍ର ଡିଭିଜନର ୯ ଗୋଟି ରେଞ୍ଜରେ ରାସ୍ତାରୋକ ସହ ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ନିଷ୍ପତି ନେଇ ସରକାରଙ୍କୁ ଚେତାବନୀ ଦିଆଯାଇଛି । ଏ ସଂପର୍କରେ ଗାଇସିଲାଟ, ମେଲଛା ମୁଣ୍ତା, ବୁଡେନ, ଝାରବନ୍ଧ, ପାଇକମାଳ, ଜଗଦଲପୁର ଥାନା ଅଧିକାରୀମାନଙ୍କୁ ଅବଗତ କରାଯାଇଛି ବୋଲି ପୂର୍ବତନ ବିଧାୟକ ତଥା ପଦ୍ମପୁର କେନ୍ଦୁପତ୍ର ଡିଭିଜନ ସଭାପତି ପ୍ରଦୀପ ପୁରୋହିତ, ରାଜ୍ୟ ସଂପାଦକ କୋକିଳ ସାହୁ ଜଣାଇଛନ୍ତି । ଏହି ପରିପ୍ରେକ୍ଷୀରେ ପାଇକମାଳ ଥାନା ଅଧିକାରୀ ବିଶ୍ଵଜିତ ମନବୋଧଙ୍କୁ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପଦ୍ମପୁର ଉପଖଣ୍ଡ ରେଞ୍ଜର ଓଡ଼ିଶା ସରକାରଙ୍କ କେନ୍ଦୁପତ୍ର ଶ୍ରମିକଙ୍କ ପାଉଣା ନିତି ପ୍ରତିବାଦରେ ୬ ଦଫା ଦାବି ଉପରେ ରାସ୍ତା ଅବରୋଧ କରିବେ ବୋଲି ଜଣାଇଛନ୍ତି । ଚୂଡାମଣି ପାଣିଗ୍ରାହୀ, ପିକ ନନ୍ଦ, ପଞ୍ଚାନନ ପ୍ରଧାନ, ପାରେଶ୍ବର ପାତ୍ର, ବିଶ୍ବମର ପାତ୍ର, ଗୁଣନିଧି ଶବର,ରାମଚନ୍ଦ୍ର ସାହୁ, ଗୋପ ନନ୍ଦ, ଦିଲିପ ସାହୁ, ଅରମାନ ଖାଁ, ବଂଶୀଧର ସାହୁ ପ୍ରମୁଖ ଉପସ୍ଥିତ ରହି ଏହି ଦାବି ପତ୍ର ପ୍ରଦାନ କରିଥିଲେ ।

ରିପୋର୍ଟ : ନିରୋଜ କୁମାର ପାଣୀ