ପାଇତାରି ପାହାଡରେ ବଜ୍ରାଘାତରେ ୧୬ଟି ଛେଳି ମୃତ : ଜଗୁଆଳି ଆହାତ

ଛତ୍ରପୁର: ଛତ୍ରପୁର ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ପଞ୍ଚାୟତରେ ଥିବା ପାଇତାରି ପାହାଡରେ ୧୬ଟି ଛେଳି ସୋମବାର ଦିନ ବଜ୍ରାଘାତରେ ମୃତ୍ୟୁ ବରଣ କରିଛନ୍ତି । ଛେଳି ଜଗୁଆଳ ମୁଷୁଡୁ ବିଷୋୟୀ ଆଜି ଛେଳି ମାନଙ୍କୁ ନେଇ ପାଇତାରି ପାହାଡକୁ ଯାଇଥିବା ବେଳେ ହଠାତ୍ ବଜ୍ରାଘାତ ସହ ପ୍ରବଳ ବର୍ଷା ହୋଇଥିଲା । ଏଥିରେ ପ୍ରାୟ ୧୬ଟି ଛେଳି ମୃତ୍ୟୁବରଣ କରିଥିବା ବେଳେ ଛେଳି ଜଗୁଆଳ ମୁଷୁଡୁ ବିଷୋୟୀ ଅଚେତ ହୋଇ ପଡିଥିଲେ । କିଛି ସମୟ ପରେ ଜଗୁଆଳି ମୁଷୁଡୁ ବିଷୋୟୀଙ୍କ ଚେତା ଫେରିଥିବା ବେଳେ ସେ ଆହାତ ଅଛନ୍ତି ବୋଲି ଜଣାପଡିଛି । ସେ ଛେଳି ପାଳନ କରି ନିଜ ଜିବିକା ପୋଷଣ କରୁଥିବା ବେଳେ ତାଙ୍କ ଛେଳି ମୃତ୍ୟୁ ହୋଇଯାଇଥିବାରୁ ତାଙ୍କୁ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ସ୍ଥାନୀୟ ସରପଞ୍ଚ ଗଗନ କୁମାର ବେହେରା ଓ ଛତ୍ରପୁର ବ୍ଲକ ଯୂବ ବିଜେଡି ସଭାପତି କାଳିଆ ନାହାକ ପ୍ରମୁଖ ଦାବି କରିଥିବା ସୂଚନା