ପରଲୋକରେ ପୂର୍ତ୍ତ ବିଭାଗ ନିର୍ବାହୀଯନ୍ତ୍ରୀ ଟି. ଲୋକେଶ୍ୱର…

ଛତ୍ରପୁର (ସମୃଦ୍ଧ ଓଡିଶା) ହେଡ କ୍ୱାଟର ଛତ୍ରପୁରର ପୂର୍ତ୍ତ ବିଭାଗ ନିର୍ବାହୀଯନ୍ତ୍ରୀ ଯୁବଉଦୟ ପୁରୁଷ ଟି. ଲୋକେଶ୍ୱରଙ୍କ ପରଲୋକ ଘଟି ଯାଇଛି । ସୂଚନା ଯୋଗ୍ୟ ଯେ, ଟି.ଲୋକେଶ୍ୱରଙ୍କ ଅନ୍ତେଷ୍ଟି କ୍ରିୟା ସମ୍ପୂର୍ଣ୍ଣ ମର୍ଯ୍ୟାଦାର ସହ ସମ୍ପନ୍ନ ହୋଇଯାଇଛି । ମଙ୍ଗଳବାର ମଧ୍ୟରାତ୍ରିରେ ଛତ୍ରପୁର ଶ୍ମଷାନ ଘାଟରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ପିଡି- ଡିଆରଡିଏ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ ଏବଂ ଜିଲ୍ଲାର ବହୁ ଉଚ୍ଚପଦାଧିକାରୀଙ୍କ ଗହଣରେ ସ୍ୱର୍ଗତ ଆତ୍ମାଙ୍କ ସଦଗତି ନିମନ୍ତେ ସମୂହ କାମନା କରାଯାଇଥିଲା ଏବଂ ଟି. ଲୋକେଶ୍ୱରଙ୍କ ମର ଶରୀର ଉପରେ ମାଲ୍ୟାର୍ପଣ, ପୁଷ୍ପଗୁଚ୍ଛ, ପୁଷ୍ପାଞ୍ଜଳି ପ୍ରଦାନ କରାଯାଇ ଶେଷ ଦର୍ଶନ କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ।