ନୂତନ ସାଇବର ଥାନାକୁ ଉଦ୍‌ଘାଟିତ କଲେ ପୋଲିସ ଡିଜି ଅଭୟ…

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ରାଜଧାନୀ ଭୁବନେଶ୍ୱର ସାଇବର କମ୍ପ୍ଲେକ୍ସରେ କ୍ରାଇମବ୍ରାଞ୍ଚର ସାଇବର ଥାନା ଉଦଘାଟିତ ହୋଇଯାଇଛି । ଏହାକୁ ଉଦ୍‌ଘାଟନ କରିଛନ୍ତି ପୋଲିସ ଡିଜି ଅଭୟ । ରାଜ୍ୟରେ ବର୍ତ୍ତମାନ ଏହାକୁ ମିଶାଇ ସାଇବର ଥାନା ସଂଖ୍ୟା ୪ ହୋଇଛି । ସାଇବର ମାମଲା ତୁଳନାରେ ଦକ୍ଷତାର ଅଭାବ ରହୁଛି, ତେଣୁ ସାଇବର ଥାନା ମାଧ୍ୟମରେ କର୍ମଚାରୀଙ୍କୁ ଟ୍ରେନିଂ ଦେଇ ସେମାନଙ୍କ ଦକ୍ଷତା ବୃଦ୍ଧି କରାଯିବ ବୋଲି ଡିଜିପି କହିଛନ୍ତି । ପ୍ରତି ଥାନାରେ ସାଇବର କ୍ରାଇମ୍ ସମ୍ପର୍କିତ ଜ୍ଞାନ ଥିବା ଜଣେ କର୍ମଚାରୀ ରହିବେ ଏବଂ ଏହାର ତ୍ୱରିତ ସମାଧାନ ପାଇଁ ଚେଷ୍ଟା କରାଯିବ ବୋଲି ଡିଜିପି କହିଛନ୍ତି ।