ନୂଆ ସଂସଦ ଭବନ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ …

ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା)ପାର୍ଲିଆମେଣ୍ଟ ଭବନ ତଥା ନୂଆ ସଂସଦ ଭବନକୁ ଆଜି ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ଆୟୋଜିତ ସମାରୋହରେ ସେ ଅନେକ କିଛି କହିଛନ୍ତି । ସେ କହିଲେ ନୂଆ ସଂସଦ ଭବନ ୧୪୦ କୋଟି ଭାରତୀୟଙ୍କ ସ୍ୱପ୍ନର ପ୍ରତିବିମ୍ବ ହେଲା। ଏହା ଲୋକତନ୍ତ୍ରର ମନ୍ଦିର। ଆଜି ନୂଆ ଭାରତ ନୂଆ ଲକ୍ଷ୍ୟ ନିର୍ଦ୍ଧାରଣ କରୁଛି।ଭାରତ ଆଗକୁ ବଢ଼ିଲେ, ବିଶ୍ୱ ଆଗକୁ ବଢ଼ିବ। ସଂସଦରେ ପବିତ୍ର ସେଙ୍ଗୋଲ ସ୍ଥାପନ ଐତିହାସିକ ମୁହୂର୍ତ୍ତ ଅଟେ। ଭାରତ କେବଳ ଲୋକତାନ୍ତ୍ରିକ ରାଷ୍ଟ୍ର ନୁହେଁ, ଗଣତନ୍ତ୍ରର ଜନନୀ ମଧ୍ୟ। ଏକବିଂଶ ଶତାବ୍ଦୀର ଭାରତ ଦୃଢ଼ ଉତ୍ସାହରେ ଭରା ପରାଧୀନତାର ଚିହ୍ନକୁ ଛାଡି ଆମେ ଆଗକୁ ବଢୁଛେ। ନୂଆ ସଂସଦରେ ସଂସ୍କୃତି ଓ ସମ୍ବିଧାନର ସ୍ୱର ଅଛି। ବହୁତ ବର୍ଷ ହେଲା ନୂଆ ସଂସଦ ଭବନର ଆବଶ୍ୟକତା ଥିଲା। ଭବ୍ୟ ସଂସଦ ଭବନ ଅତ୍ୟାଧୁନିକ ସୁବିଧାରେ ପରିପୂର୍ଣ୍ଣ ।ସଂସଦ ଭବନ ନିର୍ମାଣରେ ୬୦ ହଜାର ଶ୍ରମିକ ଶ୍ରମଦାନ କରିଛନ୍ତି। ସଂସଦ ଭବନ ନିର୍ମାଣ ସହ ଗରିବ କଲ୍ୟାଣ ବି ହୋଇଛି।୯ ବର୍ଷରେ ୧୧ କୋଟି ଶୌଚାଳୟ, ୩୦ ହଜାର ପଞ୍ଚାୟତ ଭବନ ନିର୍ମିତ ହୋଇଛି । ଗାନ୍ଧିଙ୍କ ସମୟରେ ସ୍ୱାଧୀନତାର ଚେତନା ଜାଗ୍ରତ ହୋଇଥିଲା। ଅନ୍ୟ ଦେଶ ବି ଏଥିରୁ ପ୍ରେରଣା ପାଇ ସ୍ୱାଧୀନତା ପାଇଁ ସଂଘର୍ଷ କରିଥିଲେ।୨୫ ବର୍ଷରେ ଦେଶକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ହେବ ବୋଲି ଏଭଳି ଅନେକ କିଛି ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ ।

One thought on “ନୂଆ ସଂସଦ ଭବନ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ …

Comments are closed.