ନିମ୍ନମାନର ରାସ୍ତା ଓ ଗାର୍ଡୱାଲ : ଜିଲାପାଳଙ୍କୁ ଦାବିପତ୍ର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ମ୍ୟୁନିସିପାଲଟିର ୧୬ ନଂ ୱାର୍ଡରେ ଏକ ମୁଖ୍ୟ ରାସ୍ତା ଓ ଗାର୍ଡ ୱାର୍ଡ ନିର୍ମାଣରେ ନିମ୍ନମାନର ଦର୍ଶାଇ ଗ୍ରାମବାସୀଙ୍କ ପକ୍ଷରୁ ଜିଲାପାଳ, ଏକ୍‌ଜିକ୍ୟୁଟିଭ୍ ଇଞ୍ଜିନିୟର, ଏସ୍‌ଡିଓ, ମ୍ୟୁନିସିପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଘଟଣାରୁ ପ୍ରକାଶ ଜଳେଶ୍ୱର ନୂଆବଜାରରୁ ନାମ୍ପୋ ଭାୟା ଅଲାଲାପୁର ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ୩ କି.ମି୧୫୦ ମିଟର ରାସ୍ତାକୁ ପିଡବ୍ଲୁଡି ପକ୍ଷରୁ ନବିକରଣ କରାଯାଇଛି । ଅଲାଲପୁର ଠାରୁ ନାମ୍ପୋ ପର୍ଯ୍ୟନ୍ତ ରାସ୍ତା ଆର୍‌ଡି ବିଭାଗରେ ଅଧିନରେ ରହିଛି । ଅଲାଲପୁର ଗ୍ରାମ ମଧ୍ୟରେ ଥିବା ଏକ ବଡ ପୋଖରୀ ନିକଟରେ ୯ ଲକ୍ଷ ଟଙ୍କା ବ୍ୟୟରେ ଗାର୍ଡୱାଲ ଓ ରାସ୍ତାକାମ ଲାଗି ଆର୍‌ଡି ପକ୍ଷରୁ ରାଜେଶ ଦାସ ନାମକ ଠିକାକାର କାର୍ଯ୍ୟ କରୁଥିଲେ । ବିନା ଫଳକରେ ସେଠାରେ ନିମ୍ନ ମାନର କାର୍ଯ୍ୟ ହେଉଥିବାର ଗ୍ରାମବାସୀମାନେ କର୍ତ୍ତୃପକ୍ଷଙ୍କୁ ଜଣାଇବାପରେ ମଧ୍ୟ ସେହିପରି କାର୍ଯ୍ୟ ଚାଲୁଥିବାରୁ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ । ଫଳରେ ସଂପୃକ୍ତ ଠିକାଦାର କାର୍ଯ୍ୟକୁ ଅଧାରୁ ଛାଡି ଚାଲିଯିବା ସହିତ ଗ୍ରାମବାସୀଙ୍କୁ ଆକ୍ରୋଶମୂଳକ ଭାବେ ମିଥ୍ୟାକେଶ ରେ ସଂଶ୍ଳିଷ୍ଟ କରିଛନ୍ତି । ଫଳରେ ଆଜି ଗ୍ରାମବାସୀଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହାକୁ ବିରୋଧ କରାଯିବା ସହିତ ସଂପୃକ୍ତ ଠିକାଦାରଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଦାବି କରିଛନ୍ତି । ମରଣଯନ୍ତା ସାଜିଥିବା ଏହି ଅଧାପନ୍ଥରିଆ କାର୍ଯ୍ୟକୁ ଆସନ୍ତା ୭ ଦିନ ମଧ୍ୟରେ ସଂପୂର୍ଣ୍ଣ କରାନଗଲେ ଗ୍ରାମବାସୀଙ୍କ ପକ୍ଷରୁ ଆର୍‌ଡି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ କାଉନ୍‌ସିଲର କାଦମ୍ବିନୀ ରାୟ, ସଂଜିତ ରାୟ, ହରିଶ ପ୍ରଧାନ, ରତ୍ନାକର ସିଂହ, ରାଜେଶ ଦେ, ସୁଜିତ୍ ଦେ, ଅଜୟ କୁଣ୍ଡ, ରବିନ୍ଦ୍ର ସିଟ, ଦିବାକର ସିଂ, ଗଣେଶ ସିଂ, ସଂଜୟ ଭଂଜ, ଚନ୍ଦନ ସିଟ, ନଗେନ୍ଦ୍ର ଭଂଜ, ରାକେଶ ପରିଡା, ଉମେଶ ପରିଡା, ଆରତୀ ରଣା, ଚିନା ଭଂଜ, କିରଣବାଳା ସିଟ, ସୁମନା ଭଂଜ, ସବିତିା ଭଂଜ, ସୁବର୍ଣ୍ଣା ଭଂଜ, ପଦ୍ମାବତୀ ଭଂଜଙ୍କ ସମେତ ବହୁବ୍ୟକ୍ତି ଉପସ୍ଥିତ ଥିଲେ ।