ନିଦ ହଜାଇ ଦେଲା ସମୃଦ୍ଧ ଓଡିଶା: ମୁଖ୍ୟମନ୍ତ୍ରୀଙ୍କ ଏକମାତ୍ର ବିଶ୍ୱସ୍ଥ ପାଣ୍ଡିଆନ ଏବେ ମା’ଙ୍କ ପାଖରେ ….

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସମୃଦ୍ଧ ଓଡ଼ିଶାର ପ୍ରଭାବ । ନିଦ ହଜାଇ ଦେଲା ସମୃଦ୍ଧ ଓଡିଶା । ମୁଖ୍ୟମନ୍ତ୍ରୀଙ୍କ ଏକମାତ୍ର ବିଶ୍ୱସ୍ତ ତାଙ୍କ ବ୍ୟକ୍ତିଗତ ସଚିବ ତଥା ୫ ଟି ସଚିବ ଭି କେ ପାଣ୍ଡିଆନ ଆଜି ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ମା’ତାରା ତାରିଣୀଙ୍କ ମନ୍ଦିରରେ ସକାଳୁ ସକାଳୁ ହାଜର ହେଲେ । ମା’ଙ୍କ ଆଶୀର୍ବାଦ ନେଇ ସେ ଏବେ ଖୋଳ ତାଡ଼ କରୁଛନ୍ତି ଶିକ୍ଷ୍ୟା ବ୍ୟବସ୍ଥା,ପର୍ଯ୍ୟଟନ ସ୍ଥଳୀ,ମନ୍ଦିର ମାଳିନୀ ଗଞ୍ଜାମ ଜିଲ୍ଲାର ଐତିହକୁ । ଏହା ସମୃଦ୍ଧ ଓଡିଶା ଯୋଗୁ ଘଟିଛି ବୋଲି ଆମେ କାହିଁକି କହୁଛୁ ? ଗତ ବୁଧବାର ଦିନ ଗଞ୍ଜାମ ଜିଲ୍ଲାର ତପ୍ତପାଣି ଘାଟିରେ ଏକ ବସ ଓଲଟି ଘଟଣାସ୍ଥଳେ ୮ ଜଣଙ୍କ ମୃତ୍ୟୁ ହୋଇଥିଲା । ୪୧ଜଣ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସିତ ହେଉଥିବା ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା । ଏଥିରେ ଜିଲ୍ଲାର ସମସ୍ତ ବୁଦ୍ଧିଜୀବୀମାନେ ମର୍ମାହତ ହୋଇଥିଲେ ହେଁ ଏଥିପାଇଁ ରାଜନେତା ଓ ପ୍ରଶାସନକୁ ଦାୟୀ କରିଥିଲେ । ଯେହେତୁ ଦୀର୍ଘ ବର୍ଷ ବର୍ଷ ଧରି ପର୍ଯ୍ୟଟକମାନେ ଆସୁଥିବା ବେଳେ ଏହି ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀକୁ ସରକାର କିମ୍ବା ରାଜନେତାମାନେ ଭିଜନ ଓ ମିଶନ ଅଭାବରୁ ଉନ୍ନତି କରି ପାରୁ ନାହାନ୍ତି । ପଡୋଶୀ ରାଜ୍ୟ ଆନ୍ଧ୍ରକୁ ତୁଳନା କଲେ ଦେଖାଯାଏ ପଡିଆ ପଡି ଥିବା ପାହାଡ଼ରେ ପଥରରେ ଫୁଲ ଚନ୍ଦନ ଦେଇ ଅଳ୍ପଦିନ ଭିତରେ ଏକ ବିରାଟ ପର୍ଯ୍ୟଟନ ସ୍ଥଳ ନିର୍ମାଣ କରା ଯାଇ ପାରୁଛି । ଅଥଚ ଓଡ଼ିଶାରେ ମାଳ ମାଳ ପ୍ରାକୃତିକ ପର୍ଯ୍ୟଟନ ସ୍ଥଳ ଥିଲେ ମଧ୍ୟ ତାହାର ଉପଯୁକ୍ତ ବିକାଶ ହୋଇ ପାରୁ ନ ଥିବା ଉଦବେଗର ବିଷୟ ବୋଲି ବୁଦ୍ଧିଜୀବୀମାନେ କ୍ଷୋଭ ପ୍ରକାଶ କରିଥିଲେ । ଗଞ୍ଜାମରେ ବହୁ ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀ ରହିଛି । ଆନ୍ଧ୍ର ନେତାଙ୍କ ଭଳି ଭିଜନ ଓ ମିଶନକୁ ପାଥେୟ କରି ଏହି ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀଗୁଡ଼ିକୁ ଯଦି ଉନ୍ନତି କରା ଯାଇ ଥାନ୍ତା ତାହା ହେଲେ ସରକାର ଅନେକ ଫାଇଦା ପାଇବା ସହ ବେକାରୀଙ୍କୁ ନିଯୁକ୍ତି ସୁଯୋଗ ମଧ୍ୟ ମିଳିଥାନ୍ତା ବୋଲି ବୁଦ୍ଧିଜୀବୀମାନେ ମତ ଦେଇଥିଲେ । ଫଳରେ ତପ୍ତପାଣି ଘାଟିରେ ବାରମ୍ବାର ଦୁର୍ଘଟଣା ଘଟି ନ ଥାନ୍ତା । ପର୍ଯ୍ୟଟନ ସ୍ଥଳୀର ବିକାଶ ଫଳରେ ପର୍ଯ୍ୟଟକଙ୍କ ସୁଅ ଛୁଟିଥାନ୍ତା । ବିପୁଳ ଅର୍ଥ ଆଦାୟ ହୁଅନ୍ତା । ବହୁବାର ଦୁର୍ଘଟଣାକୁ ଆଖି ଆଗରେ ରଖି ଘାଟିର ଉଭୟ ପାର୍ଶ୍ୱରେ ବେରିକଟ ନିର୍ମାଣ ହୋଇଥାନ୍ତା । ଦୁର୍ଘଟଣା ହୁଅନ୍ତା କି ? କିନ୍ତୁ ଏହି ପୁରୁଣା ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀର ବିକାଶ ହୋଇପାରୁ ନ ଥିବା ବିଡମ୍ବନାର ବିଷୟ ବୋଲି ବୁଦ୍ଧିଜୀବୀମାନେ ଅସନ୍ତୋଷ ପ୍ରକାଶ କରି ଦୁର୍ଘଟଣାରେ ମୃତ ପରିବାରଗୁଡିକୁ ସମବେଦନା ଜଣାଇ ଥିଲେ । ଏହା ସତ୍ୟ ଯେ ଏଭଳି ଅବହେଳା ଭିଜନ ମିଶନ ଅଭାବ ଓଡ଼ିଆ ନେତାଙ୍କ ପାଖରେ ଦେଖାଦିଏ ଓ ସେଇଥି ପାଇଁ ପୂର୍ବରୁ ଏଠାରେ ଅନେକ ଜୀବନ ଯାଇଥିବା ବେଳେ ଗତ ଦୂର୍ଘଟଣାରେ ୮ଟି ନିରୀହ ଜୀବନ ଚାଲିଗଲା।ଏହା ଶୁଣି ଆନ୍ଧ୍ର ରାଜ୍ୟପାଳ ଗଭୀର ଦୁଃଖ ପ୍ରକାଶ କଲେ । ଫଳରେ ସରକାରଙ୍କୁ ବାଧିଲା । ଶୋଇ ନ ପାରି ୫ ଟି ସଚିବ ସକାଳୁ ସକାଳୁ ମା’ଙ୍କ ନିକଟରେ ହାଜର ହେଲେ । ମା’ତାରା ତାରିଣୀଙ୍କ ଆଶୀର୍ବାଦ ନେଇ ବିକାଶ ସମ୍ପର୍କରେ ତନ୍ନ ତନ୍ନ କରି ପଚାରି ବୁଝିଲେ । ତାରା ତାରିଣୀ ମନ୍ଦିର ଉନ୍ନୟନ କମିଟି ସମ୍ପାଦକ ପ୍ରମୋଦ କୁମାର ପଣ୍ଡା ମନ୍ଦିରର ଚାରିପାଖ ବୁଲାଇ କିଭଳି ବିକାଶ ଚାଲିଛି ଗୋଟି ଗୋଟି କରି ଦେଖାଇଲେ । ଏହି ଅବସରରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ପିଡି ଡିଆରଡିଏ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ସମେତ ବହୁ ସରକାରୀ ବାବୁ ଉପସ୍ଥିତ ଥିଲେ । ମା’ଙ୍କ ପୀଠକୁ ଅଧିକରୁ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିବା ପାଇଁ ଚାଲିଥିବା ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କଲେ । ଏଥିସହ ମନ୍ଦିରରେ ଥିବା ବିଭିନ୍ନ ସମସ୍ୟା ନେଇ ସେବାୟତଙ୍କ ସହ ଆଲୋଚନା ମଧ୍ୟ କଲେ । ଏହାପରେ ସେ ହିଞ୍ଜିଳି କାଟୁ ଗସ୍ତ କରି ବିଭିନ୍ନ ବିଦ୍ୟାଳୟ କିପରି ଚାଲିଛି ବୁଲି ଦେଖିଥିଲେ । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳ ଥିବା ବେଳେ ଏହି ଆଇଏଏସ ଅଧିକାରୀ ଏକ ଟାଣୁଆ ଜିଲ୍ଲାପାଳ ରୂପେ ବେଶ ପ୍ରଶଂସା ପାଇଥିଲେ । ବର୍ତ୍ତମାନ ରାଜ୍ୟର ମୂଖ୍ୟ ହୋଇ ଗଞ୍ଜାମ ଜିଲ୍ଲାର କି ବିକାଶ କରିବେ ଏହି ଆଜିର ଗସ୍ଥକୁ ନେଇ ବୁଦ୍ଧିଜୀବୀ ଚାହିଁ ବସିଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା