ଦାଶରଥି ମିଶ୍ର ଉଚ୍ଚ ବିଦ୍ୟାଳୟରେ ୭୪ତମ ସ୍ୱାଧୀନତା ଦିବସ ପାଳନ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ପୈାରାଞ୍ଚଳର ୧ ନମ୍ବର ୱାର୍ଡରେ ଅବସ୍ଥିତ ଡଃ ଦାଶରଥି ମିଶ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ୭୪ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । କରୋନା ମହାମାରୀ ଯୋଗୁଁ ପିଲାମାନେ ଏହି ଉତ୍ସବରେ ଭାଗ ନେବା ପାଇଁ ବାରଣ କରାଯାଇଥିଲା । ତେଣୁ କେବଳ ଶିକ୍ଷକ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟର ଅନ୍ୟାନ୍ୟ କର୍ମଚାରୀଙ୍କୁ ନେଇ ଏହି ଦିବସ ପାଳନ କରାଯାଇଥିଲା । ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅଞ୍ଜନା ମିଶ୍ର ପତାକା ଉତ୍ତୋଳନ କରି ଥିଲେ । ଶେଷରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ଵାରା ବିଦ୍ୟାଳୟର ପରିସର ସଫା ସୁତୁରା କରାଯାଇଥିଲା ବୋଲି ବିଦ୍ୟାଳୟର ଅଞ୍ଜନା ମିଶ୍ର, ପ୍ରଧାନ ଶିକ୍ଷୟିତ୍ରୀ ଡଃ ଦାଶରଥି ମିଶ୍ର ଜଣାଇଛନ୍ତି ।

ରିପୋର୍ଟ : ଶୁଭମ ପାଣି