ଥିଙ୍କର୍ସ କ୍ଲବର ପଞ୍ଚମ ୱେବିନାର : ଗୃହ ନିର୍ମାଣର ବୈଜ୍ଞାନିକ ବାସ୍ତବତା ଉପରେ ଆଲୋଚନା…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ୨୪ ଜୁଲାଇରେ ସନ୍ଧ୍ୟା ୭ତା ସମୟରେ ଅନଲାଇନରେ ‘ଗୃହ ନିର୍ମାଣର ବୈଜ୍ଞାନିକ ବାସ୍ତବତା’ ବିଷୟରେ ଡ଼. ନନ୍ଦ ନନ୍ଦନ ଦାସ, ପୂର୍ବତନ ଶାସନ ସଚିବ ପୂର୍ତଙ୍କ ଦ୍ୱାରା ଏ ବିଷୟରେ ବିଶଦ ଭାବେ ଆଲୋଚନା ହୋଇଥିଲା I ଏହି ଆଲୋଚନା ବରଦାପ୍ରସନ୍ନ ଦାସ, ସଭାପତିଥିଙ୍କ ଥିଙ୍କର୍ସ କ୍ଲବର ପଞ୍ଚମ ୱେବିନାର ଦ୍ୱାରା ଆୟୋଜନ କରାହୋଇଥିଲା I ଡ଼.ଇଂ.ନନ୍ଦ ନନ୍ଦନ ଦାସ ଘର ତିଆରି ପଦ୍ଧତିରେ ଘରର ଓଜନ ପୃଥିବୀ ନେଉଥିବାରୁ ଏବଂ ଶୀତ ଓ ଗରମ ସୂର୍ଯ୍ୟଙ୍କର ପ୍ରଭାବରୁ ହେଉଥିବା, ଓଡ଼ିଶାରେ ଦକ୍ଷିଣ ପବନ ଉପଭୋଗ୍ୟ ହୋଇଥିବାରୁ ଏହାର ବାସ୍ତବ ଉପଯୋଗୀତାକୁ ନେଇ ଘର ତିଆରି ଉପରେ ଆଲୋକପାତ କରିଥିଲେ I ସେ ଦର୍ଶାଇଥିଲେ ଯେ, ପ୍ରାୟ ୪୦୦କୋଟି ବର୍ଷ ପୂର୍ବେ ପୃଥିବୀ ଜଳନ୍ତା ଅବସ୍ଥାରେ ସୂର୍ଯ୍ୟଙ୍କର ଠାରୁ ବାହାରି ସହ ସହ କୋଟି ବର୍ଷ ପରେ ଉତ୍ତାପ ୧୦୦ରୁ କମିବାର ପରେ ପୃଥିବୀରେ ଜଳ ହୋଇଥିଲା, ଜଳ ହେବା ପରେ ପରେ ଯିବ ସୃଷ୍ଟି ହେଲା I ପୃଥିବୀରେ ବିଭିନ୍ନ ଯିବ ଭିତରେ ମଣିଷ ଏକ ଆଦିମ ଯିବ ଥିଲା I ମଣିଷର ମସ୍ତିକ ଉର୍ବର ହୋଇଥିବାରୁ ସେମାନେ ଅଲଗା ରହିଲେ ଏବଂ ଓଡ଼ିଶାରେ ଉତ୍ତମ ଗୃହ ନିର୍ମାଣ କରିବା ଉପରେ ଆଲୋଚନା କରିଥିଲେ I ଓଡିଶା ୧୮ରୁ ୨୨୧/୨ ଅକ୍ଷାଂଶ ଭିତରେ ହୋଇଥିବାରୁ ସୂର୍ଯ୍ୟର ପୃଥିବୀ ଉପରେ ଗତି ଉତ୍ତରଗୋଲାର୍ଦ୍ଧରେ  କର୍କଟ ରାଶି ୨୩୧/୨ ପାଖରୁ, ଦକ୍ଷିଣ ଗୋଲାର୍ଦ୍ଧରେ ମକର ରାଶି ୨୩୧/୨ ଭିତରେ ଥାଏ I ତେଣୁ ଓଡିଶା ପାଇଁ ସୂର୍ଯ୍ୟ ପ୍ରାଏ ୧୦ରୁ୧୧ ମାସ ଦକ୍ଷିଣରେ ଥିବାରୁ ଶୀତ ଦିନରେ ଦକ୍ଷିଣରୁ ସୂର୍ଯ୍ୟକିରଣ ପାଇଁ କମ ଶୀତ ଓ ସୁଲୁସୁଲିଆ ଦକ୍ଷିଣ ପବନ ଉପଭୋଗ  ପାଇଁ ଶୋଇବା ଘରଗୁଡିକ ଓଡ଼ିଶାରେ ଦକ୍ଷିଣ ପଟେ ଓ ରୋଷେଇ ଘର, ଗାଧୋଇବା ଘର ଓ ସିଡ଼ି ଘର ଉତ୍ତର ପଟେ କରିବା ଦ୍ୱାରା ସୂର୍ଯ୍ୟ ଓ ପୃଥିବୀଙ୍କର ଦ୍ୱାରା ଦାନ ପ୍ରାକୃତିକ ବାତାବରଣ ଉପଭୋଗ ହୋଇଥାଏ I ଏ ବିଷୟ ଡ୍ର. ଦାସ ବିଶଦ ଭାବରେ ବୁଝେଇଥିଲେ I ଦର୍ଶକଙ୍କ ଭିଭିନ୍ନ ପ୍ରଶ୍ନର ସଠିକ ଉତ୍ତର ଦ୍ୱାରା ଦର୍ଶକମାନେ ଏପରି ବୈଜ୍ଞାନିକ ପଦ୍ଧତିରେ ଗୃହ ନିର୍ମାଣକୁ ପସନ୍ଦ କରିଥିଲେ I କଣ କଲେ କିପରି ଦୀର୍ଘ ସ୍ଥାଇ ଘର ହେବ ଏବଂ ଘରର ବିଭିନ୍ନ ଫାଟ କାହିଁକି ହୁଏ ଓ ତାର  ନିରାକରଣ ଉପରେ ଦର୍ଶାଇଥିଲେ I ଏ ସବୁ ନୂତନ ପଦ୍ଧତିରେ ଦୀର୍ଘ ସ୍ଥାଇ ଗୃହ ନିର୍ମାଣ ବିଭିନ୍ନ କଲେଜର ପ୍ରଫେସରମାନେ ଡ୍ର. ଦାସଙ୍କର ନୂତନ ବ୍ୟିଜ୍ଞାନିକ ପଦ୍ଧତିରେ ବାସ୍ତବତା ଉପରେ ଆଧାରିତ FINE TUNING OF ROAD AND BUILDING PROJECTS ପୁସ୍ତକ ସମସ୍ତଙ୍କର ସୁବିଧା ପାଇଁ ପ୍ରକାଶ କରିଛନ୍ତି I ଏହା AMAZON ପାଖରୁ ଉପଲବ୍ଧି ହୁଏ I ଉକ୍ତ ୱେବିନାରର ଯାନ୍ତ୍ରିକ ପରିଚାଳନା ଇଞ୍ଜିନିଅର ବିଭୁଦତ୍ତ ମହାନ୍ତି ଓ ଇଂଜିନିଉର ନନ୍ଦନ ଦାସ କରିଥିଲେ ବୋଲି ଥିଙ୍କର୍ସ କ୍ଲବର ସଭାପତି ବରଦା ପ୍ରସନ୍ନ ଦାସ ଜଣାଇଛନ୍ତି I