ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ପ୍ରତିବାଦ ଓ ସ୍ୱାରକ ପତ୍ର ପ୍ରଦାନ…

ଭଞ୍ଜନଗର (ସମୃଦ୍ଧ ଓଡିଶା) କୋରନା ମହାମାରୀ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତୈଳ ଦର ବୃଦ୍ଧିକୁ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯିବା ସହ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ଏକ ସ୍ୱାରକ ପତ୍ର ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । କୋରନାର ଘଡିସନ୍ଧି ମୁହୂର୍ତ୍ତରେ ସାଧାରଣ ଜନତାଙ୍କ ଆୟର ପନ୍ଥ। କମି କମି ଯାଉଛି । ଲୋକେ କାମ ଧନ୍ଦା ନ ପାଇଁ ଭୋକ ଉପାସରେ ଦିନ କାଟୁଛନ୍ତି । ଚାଷୀ ଚାଷ କାଯ୍ୟ ନକରି ହାତ ବାନ୍ଧି ବସିଥିବା ବେଳେ ଆସନ୍ତା ମୌସୁମୀକୁ ଦୁର୍ଷ୍ଟିରେ ରଖି ଖରିଫ ଚାଷ କରିବା ପାଇଁ ଅଣ୍ଟା ଭିଡ଼ିବାକୁ ଚେଷ୍ଟା କରୁଛି । ଏଭଳି ସ୍ଥିତିରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ହୋଇଥିବା ପେଟ୍ରୋଲ ଓ ଡିଜେଲ ଦରରେ ଅହେତୁକ ବୃଦ୍ଧି ନେଇ କଂଗ୍ରେସ ଅସତୋଷ ପ୍ରକାଶ କରିଛି । ଅନ୍ୟ ପଟେ ତୈଳ ଦର ବୃଦ୍ଧି କାରଣରୁ ଅତ୍ୟାବଶ୍ୟକ ସାମଗ୍ରୀ ଦର ମଧ୍ୟ ବୃଦ୍ଧି ପାଉଛି । ଯାହାକି ଉଭୟ ଖାଉଟି ଓ ଚାଷୀଙ୍କ ପକ୍ଷରେ ନିଇରାଶ୍ୟ ଭାବ ସୃଷ୍ଟି କରିଛି । ଏଣୁ ରାଷ୍ଟ୍ରପତି ଏ ବାବଦରେ ହସ୍ତକ୍ଷେପ କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ପ୍ରଦେଶ କଂଗ୍ରେସ କୋର କମିଟି ମେମ୍ବର ଦେବୀ ପ୍ରସାଦ ବିଷୋୟୀ, ଭଞ୍ଜନଗର ଯୁବ କଂଗ୍ରେସ ନେତା ପ୍ରଶାନ୍ତ କୁମାର ବିଷୋୟୀଙ୍କ ସମେତ ସୀମାଞ୍ଚଳ ବିଷୋୟୀ, ଲୋକନାଥ ସେଠୀ, ଦୁର୍ଗା ପ୍ରଶାଦ ତ୍ରିପାଠୀ, ବିଦ୍ୟାଧର ପ୍ରଧାନ ଓ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

ରିପୋର୍ଟ – ନିଲୁ ବିଷୋୟୀ