ଡୁରା ନ୍ୟାସନାଲ ହାଇସ୍କୁଲ ହେବ ମଡେଲ ସ୍କୁଲ : ଜିଲ୍ଲାପାଳ…

ଛତ୍ରପୁର (ସମୃଦ୍ଧ ଓଡିଶା) ଡୁରା ନ୍ୟାସନାଲ ହାଇସ୍କୁଲ ମଡେଲ ସ୍କୁଲ ହେବ ବୋଲି ଜିଲ୍ଲାପାଳ କହିଥିବା ଜଣାପଡିଛି । ସୂଚନା ପ୍ରାପ୍ତ ଯେ, ଡୁରା ସ୍ଥିତ ନ୍ୟାସନାଲ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ଶତପ୍ରତିଶତ ପରୀକ୍ଷାଫଳ, ସ୍ମାର୍ଟକ୍ଲାସ୍ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ନେଇ ମଙ୍ଗଳବାର ଦିନ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗ ଗୁରୁତ୍ୱାରୋପ କରିଛନ୍ତି । ବିଦ୍ୟାଳୟରେ ଜିଲ୍ଲାପାଳ ପହଞ୍ଚି ସ୍ମାର୍ଟକ୍ଲାସର ଉପଯୋଗୀତା ସହ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଏବଂ ଶତପ୍ରତିଶତ ପରୀକ୍ଷା ଫଳ ପାଇଁ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପରାମର୍ଶ ଦେବା ସହ ପିଲାମାନଙ୍କ ଅନ୍ତର୍ନିହିତ ଗୁଣାବଳିର ପରିପ୍ରକାଶ ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯତ୍ନବାନ ହେବା ଆବଶ୍ୟକ ବୋଲି କହିଥିଲେ । ଏ ପରିପ୍ରେକ୍ଷୀରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମମତା ପଟ୍ଟନାୟକ ଏହି ବରିଷ୍ଠ ଶିକ୍ଷକ ଏରେୟା ରେଡ୍ଡୀ ବିଦ୍ୟାଳୟରେ ସ୍ମାର୍ଟକ୍ଲାସ୍, ଖେଳ ପଡ଼ିଆର ଉନ୍ନତିକରଣ ଏବଂ ବାର୍ଷିକ ଉତ୍ସବ ପାଇଁ ପେଣ୍ଡାଲ ମଞ୍ଚ ନିର୍ମାଣ ନିମନ୍ତେ ଦୃର୍ଷ୍ଟି ଆକର୍ଷଣ କରାଇଥିଲେ । ବିଦ୍ୟାଳୟର ସ୍ୱଚ୍ଛତା, ଔଷଧୀୟ ବଗିଚା, ଫୁଲ ବଗିଚା, ଗାର୍ଡେନ ପରିଦର୍ଶନ କରି ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି କରିବା ପାଇଁ ଏ ସବୁର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ । ଏହାହସ ନ୍ୟାସନାଲ ହାଇସ୍କୁଲକୁ ମଡେଲ ସ୍କୁଲ କରିବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ଏହି ପରିଦର୍ଶନ କାର୍ଯ୍ୟକ୍ରମରେ ଗୋଷ୍ଟି ଶିକ୍ଷା ଅଧିକାରୀ ଡ଼ଃ ପ୍ରଭାତୀ କୁମାରୀ ମହାପାତ୍ରଙ୍କ ସମେତ ବହୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସରପଞ୍ଚ କେ. ସୁଜାତ ରେଡ଼ି, ଅମର କୁମାର ବେହେରା, ବିଦ୍ୟାଳୟର ଶିକ୍ଷୟତ୍ରୀ ଅନୁରାଧା ରଥ, ପ୍ରଗତି ପାଣିଗ୍ରାହୀ, ଅମିତ୍ ରାଣୀ ସାହୁ, ଅନିତା ମିଶ୍ର, ବିଷ୍ଣୁ ପ୍ରିୟା ସାହୁ, ଗୀତାଞ୍ଜଳି ପଣ୍ଡା, ନିର୍ମଳା ଦାସ, ମୁନୀ ବିଷୋୟୀ, ଶାନ୍ତିଲତା ସାହୁ, ଲବ୍ୟଣ୍ୟମୟ ଦାସ, ମିନତି ପାଢ଼ୀ, ଚିତ୍ତରଞ୍ଜନ ମିଶ୍ର, ଚନ୍ଦ୍ରକଳେଶ୍ୱର ସାହୁ, ହର ପ୍ରିୟା, ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।