ଜୁଲାଇ ୧ରେ ଫିଟିବ “ବିଦ୍ୟାରାଣ”…

ଓଲିଉଡ୍‌ର ଚୁଲବୁଲି ଅଭିନେତ୍ରୀ ଶିବାନୀଙ୍କ ପାଇଁ ବାବୁସାନ୍‌ଙ୍କ ବିଦ୍ୟାରଣ । ଏଥର ରଥଯାତ୍ରାରେ ଏ ବିଦ୍ୟାରାଣ ଫିଟିବ । ତଥ୍ୟ ପ୍ରଡକ୍ସନ୍ ଚଳଚ୍ଚିତ୍ର ‘ବିଦ୍ୟାରାଣ’ ପ୍ରସ୍ତୁତ କରିଛନ୍ତି । ରଜ ଅବସରରେ ଭୁବନେଶ୍ୱରର ଏକ ତାରକା ହୋଟେଲ ପରିସରରେ ବର୍ଣ୍ଣାଢ଼୍ୟ ପରିବେଶରେ ଏହାର ସଙ୍ଗୀତ ଲୋକାର୍ପିତ ହେଇଛି । ଭାବନା ଏ ନୂଆ ପ୍ରେମର, ହୃଦୟ ଭାରି ଜାଣେରେ, ଶହେ ଥିଲି ଶୂନ ହେଲି ପରି କିଛି ରୋମାଣ୍ଟିକ୍ ଓ ବିରହି ଗୀତ ରହିଛି ଏଥିରେ । ରଥଯାତ୍ରା ଅବସରରେ ‘ବିଦ୍ୟାରାଣ’ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । ଏହାର ପ୍ରଯୋଜନା କରିଛନ୍ତି ନିରଞ୍ଜନ ନାୟକ । କାହାଣୀ ପରିକଳ୍ପନା ସହ ନିର୍ଦ୍ଦେଶନା ଦେଇଛନ୍ତି ଜ୍ୟୋତି ଦାସ। ପୂର୍ବରୁ ନିର୍ଦ୍ଦେଶକ ଜେ୍ୟାତି ଦାସଙ୍କ ସହିତ ଶିବାନୀ କାମ କରିଛନ୍ତି ମାତ୍ର ବାବୁସାନ୍‌ ପ୍ରଥମ ଥର ପାଇଁ ଜ୍ୟୋତିଙ୍କ ନିର୍ଦ୍ଦେଶନାରେ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରର ସଂଳାପ ଲେଖିଛନ୍ତି ବାପୁ ଗୋସ୍ବାମୀ । ପୁଣି ବାପୁଙ୍କ ସହ ଗୀତ ରଚନା କରିଛନ୍ତି ନିର୍ମଳ ନାୟକ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାଶ । କଣ୍ଠଦାନ କରିଛନ୍ତି ବାବୁସାନ୍, ଅସୀମା ପଣ୍ଡା, ସ୍ବୟମ୍ ପାଢ଼ୀ, ଅନନ୍ୟା, ଲିପ୍ସା, ଗୈ।ରବ ଏବଂ ହ୍ୟୁମାନ ସାଗର । ଫିଲ୍ମରେ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାର ଅଭିନୟ କରିଛନ୍ତି ଉତ୍ତମ ମହାନ୍ତି, ସାହେବ ସିଂହ, ରାଜା, ସୁଜିତ, ପୁପୁଲ ଭୂୟାଁ, ପ୍ରିୟଙ୍କା, ପିୟୁଷ, ବିଭୁ, ମାନ୍ୟତା ଏବଂ ଆଉ ଅନେକ କଳାକାର। ଆକ୍ସନ୍, ରୋମାନ୍ସ ଓ ପାରିବାରିକ ଆବେଗ ଥିବା ଏହି ଚଳଚ୍ଚିତ୍ରଟି ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଦେବ ବୋଲି ଏହାର କ୍ରିଏଟିଭ୍ ହେଡ୍‌ ପ୍ରଣୟ ଜେଠୀ କରିଛନ୍ତି । ଏହାର ସଙ୍ଗୀତ ଲୋକାର୍ପଣ ଉତ୍ସବରେ ଚଳଚ୍ଚିତ୍ର ସହ ସଂପୃକ୍ତ କଳାକାର, ଗୀତିକାର, ସଙ୍ଗୀତ ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀ ଉପସ୍ଥିତ ଥିଲେ। ଏହି ଫିଲ୍ମର ସବୁଯାକ ଗୀତଦୃଶ୍ୟ ଆମର ମ୍ୟୁଜିକ୍ ୟୁଟ୍ୟୁବ୍‌ ଚ୍ୟାନେଲରେ ଦେଖିବାକୁ ମିଳୁଛି ।