ଜିଲ୍ଲା ଟ୍ରେଜେରୀ ବିଭାଗର ଦୁଇ ମୁଖ୍ୟ ଆବାସ କୋଠାର ଆନୁଷ୍ଠାନିକ ଉଦଘାଟନ !…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁରସ୍ଥ ପୁରାତନ ଟ୍ରେଜେରୀ ବଙ୍ଗଳା ପରିସରରେ ଦୁଇଟି ମୁଖ୍ୟ ଆବାସ କୋଠାର ବୁଧବାର ଆନୁଷ୍ଠାନିକ ଉଦଘାଟନ ହୋଇଯାଇଛି । ରାଜ୍ୟ ଟ୍ରେଜେରୀ ଓ ଅନୁସନ୍ଧାନ ନିର୍ଦ୍ଦେଶାଳୟ ଓଡ଼ିଶା, ଭୁବନେଶ୍ୱରରୁ ଅତିରିକ୍ତ ନିର୍ଦ୍ଦେଶିକା ଶ୍ରୀମତୀ ପ୍ରଣତି ଛୋଟରାୟ, ଆଇ.ଏ.ଏସ୍ ମୁଖ୍ୟଅତିଥୀ ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଵଳନ କରି ସ୍ୱତନ୍ତ୍ର ଭାବେ ଫିତା କାଟି ଏହାକୁ ଆନୁଷ୍ଠାନିକ ଉଦଘାଟନ କରିଥିଲେ । ୧କୋଟି ୨୩ଲକ୍ଷ ଟଙ୍କା ବ୍ୟୟରେ ଦୁଇଟି ଅଫିସରଙ୍କ ରହଣି ଗୃହ ଏବଂ ଅନ୍ୟ ଦୁଇଟି ସାଧାରଣ ଷ୍ଟାଫ ରହିବା ପକ୍କା ଘର ନିର୍ମିତ କୋଠା ଉଦଘାଟିତ ହୋଇଛି । ଏହି ଉଦଘାଟନୀ ସାମାରୋହରେ ସ୍ୱତନ୍ତ୍ର ପ୍ରଶାସନ ପାହ୍ୟା ଗଞ୍ଜାମ ଜିଲ୍ଲା ଟ୍ରେଜେରୀ ଅଧିକାରୀ ଭାଗ୍ୟଧର ମଲ୍ଲିକ ଏବଂ ହେଡକ୍ୱାଟରର ଟ୍ରେଜେରୀ ବିଭାଗୀୟ ବହୁ ପଦସ୍ଥ ଅଧିକାରୀ, କର୍ମଚାରୀ, ଷ୍ଟାଫ ଉପସ୍ଥିତ ଥିଲେ । ଏହାର ପରିସରରେ ଖୁବଶୀଘ୍ର ସୌନ୍ଦର୍ଯ୍ୟକରଣ, ବିବିଧ ଉନ୍ନତିକରଣ କରାଯିବା ସାଂଗକୁ ଏହି ଜାଗାର ସୁରକ୍ଷା, ଆଲୋକର ବନ୍ଦୋବସ୍ତ କରାଯିବା ନେଇ ରାଜ୍ୟ ଟ୍ରେଜେରୀ ଅତିରିକ୍ତ ନିର୍ଦ୍ଦେଶିକା ଗୁରୁତ୍ୱାରୋପ କରିଛନ୍ତି । ଖୁବଶୀଘ୍ର ଏହି ଆବାସ କଲୋନୀରେ ଷ୍ଟାଫ ରହିବାକୁ କୁହାଯାଇଛି । ଏଠାରେ ସୁରକ୍ଷା କର୍ମୀ, ସିସିଟିଭି ସଂଯୋଗ ଆଦିର ଵ୍ୟଵସ୍ଥାପନା କରିବାକୁ ଟ୍ରେଜେରୀ ଅତିରିକ୍ତ ନିର୍ଦ୍ଦେଶିକା ମ୍ୟାଡ଼ମ ଶ୍ରୀମତୀ ଛୋଟରାୟ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଦିନିକିଆ ଗସ୍ତରେ ଆସି ଶ୍ରୀମତୀ ଛୋଟରାୟ ଛତ୍ରପୁରସ୍ଥ ଜିଲ୍ଲା ଟ୍ରେଜେରୀ କାର୍ଯ୍ୟାଳୟର ଅନୁସନ୍ଧାନ ଓ ପରିଦର୍ଶନ କରିଛନ୍ତି ।