ଜାତୀୟ ଡାକ ଦିବସ ପାଳିତ : ୨ ଦକ୍ଷ କର୍ମଚାରୀ ସମ୍ବର୍ଦ୍ଧିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଜାତୀୟ ଡାକ ଦିବସ ହୋଇଥିବାରୁ ଜଳେଶ୍ୱର ଡାକ କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ଆୟୋଜିତ ସଭାରେ ମୁଖ୍ୟଡାକ ଅଧିକାରୀ ରାମେଶ୍ୱର ହେମ୍ବ୍ରମ ଅଧ୍ୟକ୍ଷତା କରିଥିଲେ । ଜଳେଶ୍ୱର ବିକାଶ ପରିଷଦ ପକ୍ଷରୁ କମଳ ଚକ୍ରବର୍ତ୍ତୀ, ମନୋରଂଜନ ଦାସ ଓ କଳାକାର ସଂଘର ସଭାପତି ଚନ୍ଦ୍ରମୋହନ ରାଉଳ ଏଥିରେ ଯୋଗ ଦେଇ ଦୀର୍ଘଦିନ ତାଲାବନ୍ଦ ସମୟରେ ଡାକ କର୍ମଚାରୀମାନେ ନିଷ୍ଠାର ସହିତ ଡାକ ସେବା ଯୋଗାଇଥିବାର କହିଥିଲେ । ସେମାନଙ୍କ ମଧ୍ୟରୁ ସତ୍ୟପ୍ରକାଶ ପରିଡା ଓ ଯୁଗଳକିଶୋର ପ୍ରଧାନଙ୍କୁ ସେମାନେ ଅଂଗବସ୍ତ୍ର, ପୁଷ୍ପଗୁଚ୍ଚ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ରିପୋର୍ଟ : ଭୂପତି ପରିଡା