ଜଳେଶ୍ୱର ପଞ୍ଚାୟତ ନିର୍ବାଚନରେ ମହିଳାଙ୍କୁ ଅଗ୍ରାଧିକାର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟାଇ ପ୍ରକାଶ ପାଇଛି ପଞ୍ଚାୟତ ନିର୍ବାଚନର ସଂରକ୍ଷଣ ତାଲିକା । ଏଥିରେ ଉଭୟ ସରପଞ୍ଚ ଓ ସଦସ୍ୟ ଆସନ ମହିଳାଙ୍କ ଲାଗି ଅଧିକ ସଂଗ୍ରକ୍ଷୀତ କରାଯାଇଛି । ଏହା ଜଣାଯିବା ପରେ ଜଳେଶ୍ୱର ଅଂଚଳରେ ଆଲୋଚ୍ୟର ବିଷୟ ହୋଇଛି । ସଦ୍ୟ ପ୍ରକାଶ ପାଇଥିବା ସଂରକ୍ଷଣ ପ୍ରାର୍ଥୀ ତାଲିକାରେ ମୋଟ ୩୫ଟି ପଞ୍ଚାୟତ ମଧ୍ୟରୁ ସରପଞ୍ଚ ଭାବେ ୧୯ଜଣ ମହିଳା ଓ ପୁରୁଷ ୧୬ଜଣ ପ୍ରତିନିଧିତ୍ୱ କରିବା ସ୍ପଷ୍ଟ ହୋଇଛି । ଏଥିରୁ ଅଣସଂରକ୍ଷଣ ମହିଳା ଭାବେ ଆରୁହା, ଓଲମରା, ଖାଲିନା, ଗୋପିମୋହନପୁର, ଦକ୍ଷିଣ ପ୍ରହରାଜପୁର, ପାଇକସିଦା, ମାଂକଡିଆ, ରାଜପୁର ଓ ସୁଗୋ ପଞ୍ଚାୟତ ଘୋଷିତ ହୋଇଛି । ପଛୁଆବର୍ଗ ମହିଳା ଭାବେ କଳାମ ଓ ଛାଡପିମ୍ପଳ, ତଫସିଲଭୁକ୍ତ ଉପଜାତି ମହିଳାଭାବେ କାଳିକ, ଖୁଆଡ, ସର୍ଦ୍ଦାରବନ୍ଧ ଓ ସମ୍ପତ୍ତିଆ ପଂଚାୟତ ରହିଛି । ଅଣସଂରକ୍ଷିତ ଭାବେ କୋଟ ସାହି, ଖୁଦିଆମାଝି ସାହି, ଗୋବରଘଟା, ଲକ୍ଷ୍ମଣନାଥ, ନାମ୍ପୋ, ମହମ୍ମଦନଗରପାଟଣା, ରାଇବଣିଆ, ରାୟାଁରାମଚନ୍ଦ୍ରପୁର, ଶ୍ରୀରାମପୁର ରହିଥିବା ବେଳେ ତଫସିଲଭୁକ୍ତ ଜାତି ଭାବେ ଗଡସାହି ବାଲିଆପାଳ, ଚମାରଗାଁ, ପଶ୍ଚିମବାର୍ଡ ରହିଛି । ତଫସିଲ ଭୁକ୍ତ ଉପଜାତି ଭାବେ ବରଡିଆ, ବାଇଗଣବାଡିଆ, ଶ୍ୟାମନଗର ରହିଥିବା ବେଳେ ପଛୁଆବର୍ଗଭାବେ ନଛିମପୁର ଏବଂ ତଫସିଲଭୁକ୍ତ ଜାତି ମହିଳାଭାବେ ଖୁଲୁଡା, ନେତୁଆ, ବର୍ତ୍ତନା ଓ ଶିଖରପୁର ସ୍ଥାନ ପାଇଛି । ସେହିପରି ପଂଚାୟତ ସମିତି ସଦସ୍ୟ ସଂରକ୍ଷଣ ପ୍ରାର୍ଥୀ ତାଲିକାରେ ୨୧ ଜଣ ମହିଳା ଓ ୧୪ଜଣ ପୁରୁଷ ପ୍ରତିନିଧିତ୍ୱ କରିବାର ସ୍ପଷ୍ଟ ହୋଇଛି । ଏଥିରୁ ଅଣସଂରକ୍ଷଣ ମହିଳା ଭାବେ ଆରୁହା, ଓଲମରା, କୋଟସାହି, ଖାଲିନା, ଗୋପୀମୋହନପୁର, ଲକ୍ଷ୍ମଣନାଥ, ସୁଗୋ, ନାମ୍ପୋ, ମହମ୍ମଦନଗରପାଟଣା ଓ ରାଇବଣିଆ ରହିଥିବା ବେଳେ ପଛୁଆବର୍ଗ ମହିଳା ତାଲିକାରେ କଳାମ ଓ ଛାଡପିମ୍ପଳ ରହିଛି । ତଫସିଲ ଭୁକ୍ତ ଉପଜାତି ମହିଳାଭାବେ କାଳିକ, ବାଇଗଣବାଡିଆ, ଶ୍ୟାମନଗର ଓ ସମ୍ପତ୍ତିଆ ରହିଥିବା ବେଳେ ଅଣସଂରକ୍ଷିତ ଭାବେ ଖୁଦିଆମାଝିସାହି, ଗୋବରଘଟା, ଦକ୍ଷିଣ ପ୍ରହରାଜପୁର, ଶ୍ରୀରାମପୁର, ପାଇକସିଦା, ମାକିଡିଆ, ରାଜପୁର ଓ ରାୟାଁରାମଚନ୍ଦ୍ରପୁର ପଂଚାୟତ ରହିଛି । ତଫସିଲଭୁକ୍ତ ଜାତିଭାବେ ଗଡସାହିବାଲିଆପାଳ, ପଶ୍ଚିମବାର୍ଡ ରହିଥିବା ବେଳେ ତଫସିଲଭୁକ୍ତ ଜାତି ମହିଳା ଭାବେ ଖୁଲୁଡା, ନେତୁଆ, ଚମାରଗାଁ, ବର୍ତ୍ତନା ଓ ଶିଖରପୁର ସ୍ଥାନ ପାଇଛି । ତଫସିଲଭୁକ୍ତ ଉପଜାତିଭାବେ ବରଡିଆ, ଖୁଆଡ, ସର୍ଦ୍ଦାରବନ୍ଧ ରହିଥିବା ବେଳେ ପଛୁଆବର୍ଗଭାବେ ନଛିମପୁର ରହିଛି । ଜଳେଶ୍ୱର ବ୍ଲକରେ ୪ଟି ଜିଲାପରିଷଦ ଆସନ ଥିବା ବେଳେ ଜଳେଶ୍ୱର-୧, ୨, ୪ରେ ଅଣସଂରକ୍ଷୀତ, ଜଳେଶ୍ୱର-୩ ଅଣସଂରକ୍ଷିତ ମହିଳା ରହିଥିବା ବେଳେ ମହିଳାରୁ ଜଣେ ଓ ପୁରୁଷରୁ ୩ଜଣ ନିର୍ବାଚନ ରଣାଙ୍ଗନରେ ଅବତିର୍ଣ୍ଣ ହେବେ ବୋଲି ଜଣାଯାଇଛି । ଏହା ଜଣାଯିବା ପରେ ପୁରୁଷ ଆଶାୟୀ ପ୍ରାର୍ଥୀଙ୍କ ଆଶା ମଉଳି ଯାଇଛି ।

ରିପୋର୍ଟ : ଭୂପତି ପରିଡା