ଜଳେଶ୍ୱର ଆଇସିଡିଏସ୍ ତରଫରୁ ଆର୍ନ୍ତଜାତୀୟ ସ୍ୱାକ୍ଷରତା ଦିବସ ଓ ସଚେତନତା ଶିବିର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ପୌର ପରିଷଦ ଅନ୍ତର୍ଗତ ପଦାସାହି ପଂଚୁଘଣ୍ଟା ଠାରେ ଆନ୍ତଜାତୀୟ ସ୍ୱାକ୍ଷରତା ଦିବସ ପରିପେକ୍ଷୀରେ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ଆଇସିଡିଏସ୍‌ର ପରିଦର୍ଶିକା ବିନତାମଣି ସିଂ ଉଦ୍‌ଘାଟନ କରିଥିବା ବେଳେ ତୃପ୍ତିରାଣୀ ମହାନ୍ତି ସଭାପତିତ୍ୱ କରି ନିରକ୍ଷରତା ସମାଜର କଳଙ୍କ ହୋଇଥିବା ବେଳେ ସମସ୍ତେ ସ୍ୱାକ୍ଷର ହେବା ଉଚିତ୍ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ କୁନ୍ତଳା ପାତ୍ର, ସୁଚିସ୍ମିତା ଖଣ୍ଡା, ପ୍ରିୟଙ୍କା ଜେନା, ଅଜୁମ୍ ଖାତୁନ, ଆଜମିରି ବିବି, ଦେବସ୍ମିତା ମହାନ୍ତି, ସଂଧ୍ୟାରାଣୀ କର୍ମକାର ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଏକ ସଚେତନତା ଶୋଭାଯାତ୍ରା ପଦାସାହି ଅଂଚଳ ପରିକ୍ରମା କରିଥିଲେ । ଅନୁରୂପଭାବେ ଖୁଦିଆ ମାଝିସାହି ପଂଚାୟତର ଗଡସାହି ଅଂଗନୱାଡି କେନ୍ଦ୍ରରେ ମମତା ଦାସମହାପାତ୍ରଙ୍କ ଅଧ୍ୟକ୍ଷତାରେ ସ୍ୱାକ୍ଷରତା ଦିବସ ପାଳିତ ହୋଇଯାଇଛି ।

ରିପୋର୍ଟ : ଭୂପତି ପରିଡା