ଜଗନ୍ନାଥ ଡିଗ୍ରୀ କଲେଜରେ ରାଜନିତୀ ବିଜ୍ଞାନର ସ୍ୱାଗତ ଉତ୍ସବ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ପୌରପାଳିକାରେ ଅବସ୍ଥିତ ଜଗନ୍ନାଥ ଡିଗ୍ରୀ କଲେଜର ରାଜନିତୀ ବିଜ୍ଞାନର ସ୍ୱାଗତ ଉତ୍ସବ ଆଜି ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଅଧ୍ୟକ୍ଷା ଜ୍ୟେସ୍ନାଘୋଷ ଅଧ୍ୟକ୍ଷତା କରିଥିଲେ । ରାଜନିତୀ ବିଜ୍ଞାନର ମୁଖ୍ୟ ଶ୍ରବଣ କୁମାର ନାଥ ସମୟାନୁବର୍ତ୍ତିତା ପ୍ରତି ଧ୍ୟାନ ରଖି ରାଜନିତୀ ବିଜ୍ଞାନ ସାମ୍ପ୍ରତିକ ସମାଜରେ ପ୍ରତ୍ୟେକ ଛାତ୍ରଛାତ୍ରୀ ହୃଦ୍‌ବୋଧ ହେବା ଉଚିତ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଶୋକ କୁମାର ରଥ, ରଣଜିତ୍ କୁାର ବେହେରା, ଛାତ୍ରଛାତ୍ରୀମାନେ ମାର୍ଜିତ ବ୍ୟବହାର, ଶିକ୍ଷାପ୍ରତି ଆନୁଗତ୍ୟ ତଥା ଦୃଢ ମାନସିକତା ରହିଲେ ସଫଳତା ମିଳିଥାଏ ବୋଳି କହିଥିଲେ । ଏହି ଆଲୋଚନାଚକ୍ରରେ ମାନସ ରଂଜନ ଦାସ, ରଂଜିତା ସାସମଲ, ରୁକ୍‌ମାନା ଖାତୁନ୍‌, ଦିନବଂଧୁ କାମିଳା, ସୁଷମିତା ଦେ, ଅନ୍ନପୂର୍ଣ୍ଣ ଜେନା, ସୁସ୍ମିତା ମୁଖୀ, ବାସୁଦେବ ଗିରି, ଦିବ୍ୟଜ୍ୟୋତି ରଣା, ଚନ୍ଦନ ମହାନ୍ତି ଓ କବିତା ଦାସ ସ୍ୱାଗତ ଉତ୍ସବରେ ବକ୍ତବ୍ୟ ରଖିଥିଲେ । ଅଧ୍ୟାପିକା ଉଷାରାଣୀ ଦାସ, ସରୋଜ ମହାନ୍ତି, ଜ୍ଞାନରଂଜନ ଜେନା, ନିଶ୍ଚଳ କୁମାର ଘଡେଇ ପ୍ରମୁଖ ନିଜ ବକ୍ତବ୍ୟ ରଖିଥିଲେ ।

ରିପୋର୍ଟ : ଭୂପତି ପରିଡା