ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ…

ସୋରଡ଼ା (ସମୃଦ୍ଧ ଓଡିଶା) ସୋରଡା ଋଷିକୂଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପନ ହୋଇଛି । ଏହି ଉଦଯାପନି ଦିବସରେ ଆୟୋଜିତ ଏକ ସଭା କାର୍ଯ୍ୟରେ ମୁଖ୍ୟ ଅତିଥି ଭାବେ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଅନିଲ କୁମାର ଦାଶ ସଭା କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଧର୍ମେନ୍ଦ୍ର ପ୍ରଧାନ, ସୁଶାନ୍ତ କୁମାର ବିଷୋୟୀ, ରାମ ଚନ୍ଦ୍ର ବିଷୋୟୀ, ବିଶ୍ୱେଶ୍ୱର ମହାପାତ୍ର ଓ ଆତ୍ମ ସୁରକ୍ଷା ତାଲିମ ଶିବିର ସଂଯୋଜିକା ତଥା ଅଧ୍ୟାପିକା ଉଷା ରାଣୀ ସାବତ ପ୍ରମୁଖ ଉପସ୍ଥିତ ଥିଲେ । ଅଧ୍ୟାପିକା ଉଷା ରାଣୀ ସାବତ ଛାତ୍ରୀ ମାନଙ୍କୁ ଆତ୍ମ ସୁରକ୍ଷା ତାଲିମ ଶିବିରର ଜୀବନରେ କେତେ ଆବଶ୍ୟକତା ରହିଛି ତାହା ଉପରେ ଆଲୋକପାତ କରିଥିଲେ ଓପିଇଟି ଧ୍ରୁବ ଚରଣ ଦଶ ସଭା ପରିଚାଳନା କରିଥିଲେ । ମାଷ୍ଟର ଟ୍ରେନର ସୁଶ୍ମିତା ବାଗ ସମସ୍ତଙ୍କୁ ଆତ୍ମ ସୁରକ୍ଷା ତାଲିମ ଶିବିର ରେ ତାଲିମ ପ୍ରଦାନ କରିଥିଲେ । ଗତ ମାସ ୩୧ ତାରିଖରୁ ଆରମ୍ଭ ହେଇଥିଲା ଏହି ଆତ୍ମ ସୁରକ୍ଷା ତାଲିମ ଶିବିର । ଏଥିରେ ଅଂଶ ଗ୍ରହଣ କରିଥିବା ସମସ୍ତ ଛାତ୍ରୀମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଆୟୋଜିତ ଏହି କାର୍ଯ୍ୟକ୍ରମରେ ଋଷିକୂଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅନ୍ୟ ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ ।

ରିପୋର୍ଟ : ଆଶୁତୋଷ ପଟ୍ଟନାୟକ