ଚାରିଟେଵଲ୍ ଟ୍ରଷ୍ଟ୍ ତରଫରୁ ଅସହାୟ ପରିବାରକୁ ବିଭିନ୍ନ ସାମଗ୍ରୀ ପ୍ରଦାନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁରରୁ ଆସି ଗଞ୍ଜାମରେ ପହଞ୍ଚି ଅସହାୟ ତଥା ସ୍ୱାମୀ ଦ୍ବାରା ଅତ୍ୟାଚାରିତା ହୋଇ ୩ ଝିଅଙ୍କୁ ଧରି ବଡଭଉଣୀଙ୍କ ଆଶ୍ରୀତରେ ଚଳୁଥିବା ସୁଜ୍ଞାନୀ ଭୂଜବଳକୁ ଭଗବତ ଚାରିଟେଵଲ୍ ଟ୍ରଷ୍ଟ୍ ତରଫରୁ ସଭାପତି ଏସ୍ ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ଦ୍ଵାରା ସଦସ୍ୟ ଗୁପ୍ତେଶ୍ୱର ଷଡ଼ଙ୍ଗୀ, ସଦସ୍ୟା ସବିତା ସାହୁକାର(ପି,ଏଲ୍,ଏ), ବିଶ୍ୱହିନ୍ଦୁ ପରିଷଦର କର୍ମକର୍ତ୍ତା ତଥା ମନୋବିଜ୍ଞାନବିତ୍ ରାଣୀଙ୍କ ଉପସ୍ଥିତିରେ ରାସନ୍ ସାମଗ୍ରୀ, ଚାଉଳ, ଡାଲି, ସୁଜି, ତେଲ, ଚିନି, ଆଳୁ ଓ ପିଆଜ ପିଲାଙ୍କୁ ନୁଆ ପୁରୁଣା ଜାମା, ମା’କୁ ଶାଢ଼ୀ ପ୍ରଦାନ କରାଯାଇଥିବା ଜଣାଯାଇଛି । ଏହାସହ ଭବିଷ୍ୟତରେ ତାଙ୍କର ୩ ଝିଅକୁ ପାଠ ପଢାଇବାକୁ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦିଆଯାଇଛି ।

ରିପୋର୍ଟ :  ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା