ଚଳିତ ମାସ ଏଗାର ତାରିଖରୁ ବିଭନ୍ନ ଡାକ ଘରର କମନ ସର୍ଭିସ କାଉଣ୍ଟରରେ ରେଳ ଟିକଟ ବୁକିଙ୍ଗ ସେବା ଉପଲବ୍ଧ ହେବ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଚଳିତ ମାସ ଏଗାର ତାରିଖରୁ ବ୍ରହ୍ମପୁର ଡାକ ମଣ୍ଡଳ ଅନ୍ତର୍ଗତ ବିଭନ୍ନ ଡାକ ଘରର କମନ ସର୍ଭିସ କାଉଣ୍ଟରରେ ଲୋକମାନଙ୍କ ସୁବିଧା ସକାଶେ ରେଳ ଟିକଟ ବୁକିଙ୍ଗ ସେବା ଉପଲବ୍ଧ ହେଵ ବୋଲି ବ୍ରହ୍ମପୁର ବରିଷ୍ଠ ଡାକ ଅଧିକ୍ଷକ ତାରିଣୀ ଚରଣ ପାଢ଼ୀ ସୂଚନା ଦେଇଛନ୍ତି l ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ କରଯାଇଥିବା ଡିଜିଟାଲ ଇଣ୍ଡିଆର ଏହା ଏକ ଅଂଶ ଯାହାଦ୍ୱାରା ଗ୍ରାମାଞ୍ଚଳ ଲୋକ ରେଳ ଟିକଟ ସକାଶେ ସହରକୁ ଦୌଡିବାକୁ ପଡିବନି କିମ୍ବା ଟିକଟ ଦଲାଲଙ୍କ ଶୋଷଣର ଶିକାର ହେବାକୁ ପଡ଼ିବନି l ଅତି ସହଜରେ ନିକଟସ୍ଥ ଡାକ ଘରେ ରେଳ ଟିକଟ ଲୋକମାନେ ପାଇପାରିବେ l ବ୍ରହ୍ମପୁର ଡାକ ମଣ୍ଡଳ ତରଫରୁ ପ୍ରାଥମିକ ଭିତ୍ତିରେ ଚିକିଟି, ପୋଲସରା, ପୁରୁଷୋତ୍ତମପୁର, ଦିଗପହଣ୍ଡି, ପାତ୍ରପୁର, ଗୋପାଳପୁର ଉପ ଡାକଘରେ ଓ କରପଡା ଶାଖା ଡାକଘରେ ଏହି ସୁବିଧା ଆସନ୍ତା ଅକ୍ଟୋବର ଏଗାର ତାରିଖରୁ ଆରମ୍ଭ ହେବ ଓ ପରେ ପରେ ସବୁ ଉପ ଡାକ ଘର ଓ ଶାଖା ଡାକଘରେ ଏହି ସୁବିଧା ଉପଲବ୍ଧ ହେଵ ବୋଲି ଶ୍ରୀ ପାଢ଼ୀ ଗଣମାଧ୍ୟମକୁ ସୂଚନା ଦେବା ସହ ଜନସାଧାରଣ ଏହି ସେବାର ସୁଯୋଗ ନେବାକୁ ଗଣମାଧ୍ୟମ ମାଧ୍ୟମରେ ନିବେଦନ କରିଛନ୍ତି l

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା